17.1 C
Bhubaneswar
Sunday, February 8, 2026
Homeଖେଳବିସିସିଆଇ ସିଲେକ୍ଟର୍‌ଙ୍କ ୟୁ-ଟର୍ନ; ଇଂଲଣ୍ଡ ସିରିଜ୍‌ରେ ଖେଳିବେ ରାହୁଲ

ବିସିସିଆଇ ସିଲେକ୍ଟର୍‌ଙ୍କ ୟୁ-ଟର୍ନ; ଇଂଲଣ୍ଡ ସିରିଜ୍‌ରେ ଖେଳିବେ ରାହୁଲ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ କେଏଲ୍ ରାହୁଲଙ୍କ ଖେଳିବାକୁ ନେଇ ବିସିସିଆଇ ସିଲେକ୍ଟର ୟୁ-ଟର୍ନ ନେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭଲ ଅଭ୍ୟାସ ପାଇଁ ଚୟନକର୍ତ୍ତା ରାହୁଲଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିବାକୁ କହିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ପ୍ରଥମେ ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ରାହୁଲଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା।

ଏବେ କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୩ ଦିନିକିଆ ଓ ୫ ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳିବ। ଦିନିକିଆ ସିରିଜ୍‌ର ମ୍ୟାଚ୍‌ଗୁଡ଼ିକ ଫେବୃଆରୀ ୬, ୯, ଓ ୧୨ ତାରିଖରେ ଖେଳାଯିବ। ଏହା ପୂର୍ବରୁ ଜାନୁଆରୀ ୨୨ରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ନିକଟରେ ଅଷ୍ଟ୍ରେଲିଆରେ ସମ୍ପନ୍ନ ବର୍ଡର-ଗାଭସ୍କର ଟ୍ରଫିରେ କେଏଲ୍ ରାହୁଲ୍‌ଙ୍କୁ ସମସ୍ତ ପାଞ୍ଚଟି ଯାକ ଟେଷ୍ଟ୍ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ସେ ୩୦.୬୬ ହାରାହାରିରେ ଦୁଇଟି ଅର୍ଦ୍ଧଶତକ ସହ ମୋଟ ୨୭୬ ରନ୍ କରିଥିଲେ। ରାହୁଲ ବିଜୟ ହଜାରେ ଟ୍ରଫି ମଧ୍ୟ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking