ଭୁବନେଶ୍ୱର : ବିଜେପି ବିଧାୟକ ବାବୁ ସିଂ ଦୀପାଳୀଙ୍କୁ କଡା ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି କିଏ ପୋଲିସ ଲଗାଇ ନବ ଦାସଙ୍କୁ ହତ୍ୟା କରିଥିଲା ବୋଲି ପ୍ରଶ୍ନ କଲେ ବାବୁ ସିଂ । ଦୀପୀଳି କାହିଁକି ଗୋଟିଏ ଦିନ ବି ବାପାଙ୍କ ହତ୍ୟା ନେଇ ପ୍ରଶ୍ନ କରନିଥିଲେ । ନବୀନ ଦେଇଥିବା ତଦନ୍ତର ଗତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ । ଦୀପାଳି ସିବିଆଇ ତଦନ୍ତ ଦାବିକରି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଦୋଷୀ ଧରାପଡିବ । ଏବେ ଆଇନ ନିଜ ବାଟରେ ଯାଉଛି , ବିଜେଡି ବିରୋଧ କରୁଛି ା ଝାରସୁଗୁଡାର କିଛି ସମିତି ସଭ୍ୟ ସରପଞ୍ଚଙ୍କୁ ବିଜେଡି ନେତା ଲୁଚାଇଥିଲେ । କିଏ ଓ କେଉଁ ବ୍ୟକ୍ତି ଲୁଚାଇ ରଖିଥିଲା ପର୍ଦ୍ଦାଫାସ ହେବ କହିଛନ୍ତି ବାବୁ ସିଂ ।