ନୂଆଦିଲ୍ଲୀ : ମଧ୍ୟପ୍ରଦେଶରୁ ଏକ ଲୋମଟାଙ୍କୁରା କଥା ସାମ୍ନାକୁ ଆସିଛି । ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ପ୍ରେମିକ । ଏଭଳି ହତ୍ୟାକାଣ୍ଡ ମଧ୍ୟପ୍ରଦେଶର ଦେବାସରେ ଘଟିଛି । ଦେବାସ ଅଞ୍ଚଳରେ ଲିଭଇନରେ ରହୁଥିବା ବେଳେ ନିଜ ସାଥୀଙ୍କୁ ହତ୍ୟା କରିଛି ପ୍ରେମିକ । ତ୍ୟାକାଣ୍ଡ ପରେ ମୃତଦେହକୁ ୮ ମାସ ପର୍ୟ୍ୟନ୍ତ ଫ୍ରିଜରେ ଲୁଚାଇ ରଖିଥିଲା । ପାଖ ରୁମରେ ଲୋକେ ରହୁଥିଲେ ମଧ୍ୟ କେହି ବି ଏହାର ଟେର ପାଇ ନଥିଲେ । ତେବେ ମାତ୍ରାଧିକ ବିଦ୍ୟୁତ ବିଲ୍ ଆସିବାରୁ ଘର ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ଏହି ଘଟଣା । ଶେଷରେ ୮ ମାସ ପରେ ପୁଲିସ ମୃତଦେହକୁ ଜବତ କରିବା ସହ ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପଟିଦାରକୁ ଗିରଫ କରିଛି । ପିଙ୍କି ବିବାହ ପାଇଁ ଚାପ ପକାଇବାରୁ ଅଭିଯୁକ୍ତ ସଞ୍ଜୟ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ତେବେ ନିଜ ବନ୍ଧୁଙ୍କ ସହାୟତାରେ ଅଭିଯୁକ୍ତ ପିଙ୍କିଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।