26.1 C
Bhubaneswar
Saturday, March 14, 2026
Homeଓଡିଶାବ୍ରିଜ ତଳକୁ  ଖସିଲା ବସ : ଜଣେ ମୃତ

ବ୍ରିଜ ତଳକୁ  ଖସିଲା ବସ : ଜଣେ ମୃତ

ନୟାଗଡ : କାଳିଜାଇ ପିକନିକ ରେ ଯାଇଥିଲେ ଯାତ୍ରୀ ।  ହେଲେ ମଝି ରାସ୍ତାରେ ବ୍ରିଜ ତଳକୁ ଖସି ପଡିଲା ବସ । ଏଭଳି ଘଟଣା ଘଟିଛି  ନୟାଗଡ ଜିଲ୍ଲା  ରଣପୁର ଖଣ୍ଡିସି ଛକ ନିକଟରେ ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ  ହୋଇଛି । ପ୍ରାୟ ୪୦ରୁ ୪୫ ଜଣ ଯାତ୍ରୀ ଗତ ରାତିରେ ଏକ ବସ୍ ଯୋଗେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ବାହାରିଥିଲେ। ସେମାନେ କାଳୀଜାଇ ଦେଖିବା ପାଇଁ ଯାଉଥିଲେ। ମାତ୍ର ବସ୍‌ଟି ମଧ୍ୟ ରାତ୍ରିରେ ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜର ବାଡ଼ାକୁ ପିଟିଥିଲା। ଏହାପରେ ବସ୍‌ଟି ୧୫ ଫୁଟ ତଳକୁ ଖସି ପଡ଼ିଥିଲା।ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ପୁଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି। ପ୍ରଥମେ ଆହତମାନଙ୍କୁ ରଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରାଯାଇଥିଲା। ମାତ୍ର କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking