26.1 C
Bhubaneswar
Sunday, March 15, 2026
Homeଓଡିଶାପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ବାର୍ଷିକ ମହା ସମାରୋହ

ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ବାର୍ଷିକ ମହା ସମାରୋହ

ଯାଜପୁର :ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ବାର୍ଷିକ ସମ୍ମଳନୀ ମହା ସମାରୋହରେ ପାଳିତ ହୋଇ ଯାଇଛି। ସୁବାସ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିକ୍ଷାଧୀକାରୀ ନିବେଦିତା ପାଣି, ସାଧାରଣ ସମ୍ପାଦକ ସଂଦୀପ୍ତ କୁମାର ମହାନ୍ତି, ସମ୍ପାଦକ ପ୍ରତାପ ଚନ୍ଦ୍ର ପାତ୍ର ଯୋଗ ଦେଇ ସଙ୍ଘର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅଵସରରେ ସଙ୍ଘର ବହୁ ବରିଷ୍ଠ ସଦସ୍ୟ ମାନଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking