31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଚାଞ୍ଚଲ୍ୟ, ଟଙ୍କା ପାଇଁ ମହିଳାଙ୍କୁ ଛୁରି ଭୁସି ହତ୍ୟା କଲା ସହକର୍ମୀ

ଚାଞ୍ଚଲ୍ୟ, ଟଙ୍କା ପାଇଁ ମହିଳାଙ୍କୁ ଛୁରି ଭୁସି ହତ୍ୟା କଲା ସହକର୍ମୀ

ନୂଆଦିଲ୍ଲୀ: ପୁଣେର ୟେରାୱଡା ଅଞ୍ଚଳରେ ଆତଙ୍କ। ଏକ ବହୁଦେଶୀୟ କମ୍ପାନି ପାଇଁ କଲ ସେଣ୍ଟରରେ କାମ କରୁଥିବା ମହିଳାଙ୍କୁ ହୋଇଛି ଛୁରାମାଡ଼। ଅଫିସର ପାର୍କିଂ ଲଟରେ ମହିଳାଙ୍କର ଜଣେ ସହକର୍ମୀ ତାଙ୍କୁ ଛୁରାମାଡ଼ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆର୍ôଥକ ବିବାଦକୁ ନେଇ ଛୁରାମାଡ଼ ହୋଇଥିବା ଜଣାପଡିଛି। ଛୁରାମାଡ଼ କରିଥିବା ଅଭିଯୁକ୍ତ ହେଉଛି ୩୦ ବର୍ଷୀୟ କ୍ରୁଷ୍ଣ ସତ୍ୟନାରାୟଣ କନୋଜା। ମହିଳା ଜଣଙ୍କ ସନ୍ଧ୍ୟା ୬.୩୦ରେ ଅଫିସରୁ ଘରକୁ ଫେରୁଥିବା ସମୟରେ କ୍ରୁଷ୍ଣ ତାଙ୍କ ସହ ମୁହାଁମୁହିଁ ହୋଇଥିଲା। ତେବେ ପୂର୍ବରୁ ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା ବୋଲି ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ଘଟଣାରେ କଏଦ ହୋଇଥିବା ଏକ ସିସିଟିଭି ଫୁଟେଜରେ କ୍ରୁଷ୍ଣ ରୋଷେଇଘରେ ବ୍ୟବହୃତ ହେଉଥିବା ଏକ ଛୁରି ଆଣି ମହିଳାଙ୍କ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ଛୁରାମାଡ଼ ପରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ। ଏଥିରେ କ୍ରୃଷ୍ଣ ଅଟକି ନଯାଇ ତାଙ୍କୁ ବାରମ୍ବାର ଛୁରାମାଡ଼ କରିଚାଲିଥିଲା। ଏହି ଛୁରାମାଡରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କ ପେଟ ଓ କହୁଣିରେ ଗଭୀର ଆଘାତ ଲାଗିଛି। ଘଟଣା ଘଟିବା ପରେ ମହିଳାଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ମହିଳା ଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇସାରିଥିଲା। ତେବେ ଡାକ୍ତରଖାନାରେ ମହିଳାଙ୍କର ଚିକିତ୍ସା ଚାଳିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking