27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶୟୁବିଏଲ୍‌ର ବଡ଼ ଘୋଷଣା ; ଏହି ରାଜ୍ୟକୁ ବିୟର ବିକ୍ରି କରିବନି କମ୍ପାନି

ୟୁବିଏଲ୍‌ର ବଡ଼ ଘୋଷଣା ; ଏହି ରାଜ୍ୟକୁ ବିୟର ବିକ୍ରି କରିବନି କମ୍ପାନି

ତେଲେଙ୍ଗାନା: କିଙ୍ଗଫିସର ବିୟର ତିଆରି କରୁଥିବା କମ୍ପାନୀ ୟୁନାଇଟେଡ୍ ବ୍ରୁରିଜ୍ ଲିମିଟେଡ୍ ବା ୟୁବିଏଲ୍‌ର ବଡ଼ ଘୋଷଣା । ଏଣିକି ଆଉ ତେଲେଙ୍ଗାନାକୁ ବିୟର୍ ବିକ୍ରି କରିବନି କମ୍ପାନି । କାରଣ ତେଲେଙ୍ଗାନା ବେଭରେଜ କର୍ପୋରେସନ ଲିମିଟେଡ଼୍ ୨୦୧୯-୨୦ ରୁ ବିୟରର ମୂଲ୍ୟ ବୃଦ୍ଧି କରି ନାହିଁ । ଯେଉଁ କାରଣରୁ କମ୍ପାନୀ କ୍ଷତି ସହିଛି। ଏନେଇ ୟୁବିଏଲ କହିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନ ମିଳିବାରୁ କମ୍ପାନି ଏଭଳି ନିଷ୍ପତି ନେଇଥିବା ଜଣାପଡ଼ିଛି। କମ୍ପାନୀ କହିଛି ଯେ, ତେଲେଙ୍ଗାନା ବେଭରେଜ କର୍ପୋରେସନକୁ ବିୟର ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କାରଣ କମ୍ପାନି ୨୦୨୦ ଆର୍ôଥକ ବର୍ଷରୁ ବିୟରର ମୂଲ୍ୟ ବୃଦ୍ଧି କରି ନାହିଁ, ଯାହାକୁ ନେଇ କ୍ଷତି ସହିବାକୁ ପଡିଛି କମ୍ପାନିକୁ। ଏହା ସହିତ କମ୍ପାନି ମଧ୍ୟ ପୂର୍ବରୁ ଯୋଗାଇ ଦିଆଯାଇଥିବା ବିୟର ପାଇଁ ପୂର୍ଣ୍ଣ ରାଶି ଦେଇନାହିଁ। ଏହା ରାଜ୍ୟରେ ଖୁଚୁରା ଏବଂ ହୋଲସେଲ ସେକ୍ଟରରେ ମଦ ବିକ୍ରିକୁ ନିୟନ୍ତ୍ରଣ କରିଥାଏ ।

ଏହା ଆନ୍ଧ୍ରପ୍ରଦେଶର ବେଭରେଜ୍ କର୍ପୋରେସନ୍ ଲିମିଟେଡ୍ ଠାରୁ ଅଲଗା ହେବା ପରେ ୨୦୧୪ ରେ ଗଠିତ ହୋଇଥିଲା । ଅନ୍ୟପଟେ ୟୁବିଏଲ ଗଣମାଧ୍ୟମକୁ ପ୍ରକାଶ କରି କହିଛି ଯେ, ହିତାଧିକାରୀଙ୍କ ପ୍ରତି କମ୍ପାନୀର ଦାୟିତ୍ୱ ରହିଛି, ଯାହାକୁ ଦୃଷ୍ଟିରେ ରଖି ବିୟର ଆଉ କ୍ଷତିରେ ବିକ୍ରି ହେଉନାହିଁ। କମ୍ପାନୀ ଏହା ମଧ୍ୟ ସୂଚନା ଦେଇଛି ଯେ, ସେମାନଙ୍କ ତରଫରୁ ବ୍ରୁର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମହଙ୍ଗା ବୃଦ୍ଧି ହେତୁ ବୋଝ କମ୍ କରିବା ପାଇଁ ବିୟରର ମୂଲ୍ୟ ବୃଦ୍ଧି କରିବାକୁ ତେଲେଙ୍ଗାନା ସରକାରଙ୍କୁ ଅନେକ ଥର ନିବେଦନ କରିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆସୋସିଏସନ ଦ୍ୱାରା ଅବକାରୀ ବିଭାଗ ଏବଂ ତେଲେଙ୍ଗାନାର ସିଏମ୍‌ଙ୍କୁ ପଠାଯାଇଥିବା ଚିଠିକୁ ନେଇ ଦ ମିଣ୍ଟ ରିପୋର୍ଟରେ କହିଛି ଯେ, ଆଜି ମଧ୍ୟ ୨୦୧୯ ହାରରେ ତେଲେଙ୍ଗାନା ପକ୍ଷରୁ ବିୟର ଉତ୍ପାଦନକାରୀ କମ୍ପାନୀମାନଙ୍କୁ ମୂଲ୍ୟ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking