23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବିପିଏସ୍‌ସି ପରୀକ୍ଷା ବିବାଦ: ପୁନଃ ପରୀକ୍ଷା ଦାବିରେ ପରୀକ୍ଷାର୍ଥୀ; ଆନ୍ଦୋଳନକାରୀ ଆଶାୟୀଙ୍କ ଉପରେ ଲାଠିଚାର୍ଜ

ବିପିଏସ୍‌ସି ପରୀକ୍ଷା ବିବାଦ: ପୁନଃ ପରୀକ୍ଷା ଦାବିରେ ପରୀକ୍ଷାର୍ଥୀ; ଆନ୍ଦୋଳନକାରୀ ଆଶାୟୀଙ୍କ ଉପରେ ଲାଠିଚାର୍ଜ

ପାଟନା: ପୁନଃ ପରୀକ୍ଷା ଦାବିରେ ଆନ୍ଦୋଳନ କରୁଥିବା ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଉପରେ ରାଜ୍ୟ ପୁଲିସ୍‌ର ବର୍ବରୋଚିତ ବ୍ୟବହାର ସବୁ ସୀମା ଟିପଛି। ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିସିଇ)କୁ ଆଉ ଥରେ କରାଇବା ଦାବିରେ ପାଟନାରେ ନିଜର ଆନ୍ଦୋଳନ ତୀବ୍ର କରିଛନ୍ତି। ଗତ ୧୦ ଦିନ ଧରି ହଜାର ହଜାର ଶିକ୍ଷାର୍ଥୀମାନେ ପୁନଃ ପରୀକ୍ଷା ଦାବି କରୁଥିବା ବେଳେ ପୁଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି। ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ କରାଯିବା ଘଟଣାକୁ ଏବେ ଚାରିଆଡୁ ନିନ୍ଦା କରାଯାଉଛି। ବାମପନ୍ଥୀ ସଂଗଠନଗୁଡ଼ିକ ଏପ୍ରକାର ଘଟଣାକୁ ବିରୋଧ କରିବା ପୂର୍ବକ ରେଳ ଏବଂ ସଡ଼କ ଯାତାୟାତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ବିପିଏସ୍‌ସି ଉକ୍ତ ପରୀକ୍ଷା କେନ୍ଦ୍ରରେ ପୁନଃ ପରୀକ୍ଷା କରିଥିବା ବେଳେ ଅନିୟମିତତା ସୀମିତ ଥିବାରୁ ପୂରା ପରୀକ୍ଷାକୁ ବାତିଲ କରାଯିବାର ଆବଶ୍ୟକ ନାହିଁ ବୋଲି ପରୀକ୍ଷା ଆୟୋଗ କହିଛନ୍ତି।

ପ୍ରକାଶ, ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା (ଏକ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ୍‌) ହୋଇଥିବା ଅଭିଯୋଗ କରି ଗତ ୧୦ ଦିନ ଧରି ଆନ୍ଦୋଳନ ଚଳାଇଥିବା ହଜାର ହଜାର ଶିକ୍ଷାର୍ଥୀ ଆଜି ଗାନ୍ଧୀ ମୈଦାନ ନିକଟରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଜେପି ଗୋଲାମ୍ବର ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ। ଶିକ୍ଷାର୍ଥୀଙ୍କ ଆନ୍ଦୋଳନକୁ ଦେଖି ବ୍ୟାରିକେଡ କରାଯିବା ସହ ବିପୁଳ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହୋଇଥିଲା।

ଶିକ୍ଷାର୍ଥୀମାନେ ଆଗକୁ ବଢ଼ିବାରୁ ସେମାନଙ୍କୁ ପୁଲିସ୍ ପ୍ରବଳ ମାଡ଼ମାରିବା ସହ ପାଣି ମାଡ଼ କରିଛି। ଏହାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏବଂ ପୁଲିସ୍ ପ୍ରଶାସନକୁ ତୀବ୍ର ସମାଲୋଚନା କରାଯାଇଛି। ଏସବୁ ମଧ୍ୟରେ ଶିକ୍ଷାର୍ଥୀଙ୍କ ଆନ୍ଦୋଳନରେ ସାମିଲ ହୋଇ ପୂର୍ଣ୍ଣ ସମର୍ଥନ ଦେଇଥିବା ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ)ଙ୍କ ନାମରେ ମଧ୍ୟ ଏଫଆଇଆର୍ ରୁଜୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ବିପିଏସ୍‌ସି ପ୍ରତିବାଦ ଘଟଣାରେ ୭୦୦ରୁ ଊର୍ଦ୍ଧ୍ୱଙ୍କ (ବାହାରୁ ଆସିଥିବା ଅଜ୍ଞାତ ବ୍ୟକ୍ତି ବୋଲି ପୁଲିସ୍ ଦର୍ଶାଇଛି) ନାମରେ ଏଫଆଇଆର୍ ରୁଜୁ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରଶାନ୍ତ କିଶୋରଙ୍କ ସମେତ ମୋଟ୍ ୨୧ଜଣ ବେଶ୍ ଜଣାଶୁଣା ତଥା ଚର୍ଚ୍ଚିତ ବ୍ୟକ୍ତି୍‌ତ୍ୱ ମଧ୍ୟ ସାମିଲ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking