33.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଶୀତ ରାତିରେ ପ୍ଲାଟଫର୍ମରେ ଆଶ୍ରୟ ନେଇଥିଲେ ଯାତ୍ରୀ; ଭୋରୁ ଭୋରୁ ପାଣି ଫିଙ୍ଗି ଉଠାଇଲେ ସଫେଇ...

ଶୀତ ରାତିରେ ପ୍ଲାଟଫର୍ମରେ ଆଶ୍ରୟ ନେଇଥିଲେ ଯାତ୍ରୀ; ଭୋରୁ ଭୋରୁ ପାଣି ଫିଙ୍ଗି ଉଠାଇଲେ ସଫେଇ କର୍ମଚାରୀ

ଲକ୍ଷ୍ନୌ: ନିଜନିଜ ଟ୍ରେନକୁ ଅପେକ୍ଷା କରି ପ୍ଲାଟଫର୍ମରେ ଶୋଇଥିବା ଯାତ୍ରୀଙ୍କୁ ପାଣି ଢ଼ାଳି ଉଠାଇବା ଭଳି ଅତ୍ୟନ୍ତ ଅଭଦ୍ରୋଚିତ ବ୍ୟବହାରଜନିତ ଘଟଣା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଶୀତ ରାତିରେ ଯାତ୍ରୀମାନେ ପ୍ଲାଟଫର୍ମରେ ଆଶ୍ରୟ ନେଇଥିଲେ। ତେବେ ଭୋର ସମୟରେ ସଫେଇ କର୍ମଚାରୀମାନେ ପ୍ଲାଟଫର୍ମ ସଫା କରିବା ଉଦ୍ଦେଶ୍ୟରେ ଯାତ୍ରୀମାନଙ୍କୁ ଉଠାଇବା ପାଇଁ ଚାହିଁଥିଲେ। କିନ୍ତୁ ଏଥିପାଇଁ ସେମାନେ ଅତ୍ୟନ୍ତ ଅଭଦ୍ରୋଚିତ ଭାବେ ପାଣିଢ଼ାଳିଥିଲେ, ଯାହାଦ୍ୱାରା ଯାତ୍ରୀମାନେ ହଡବଡ଼ ହୋଇ ଉଠିଯାଇଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ସମେତ ବୃଦ୍ଧ ଓ ବୃଦ୍ଧା ସମସ୍ତେ ସାମିଲ ଥିଲେ। ତେବେ ଏହି ଘଟଣାଟି ଡିସେମ୍ବର ୨୫ର ବୋଲି ଜଣାପଡିଛି। ଏହି ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ସବୁସ୍ତରରୁ ତୀବ୍ର ନିନ୍ଦା କରାଯାଇଛି। ଅପରପକ୍ଷେ ଏହା ଉପରେ ପ୍ରତିକ୍ରିୟା ଦେବାକୁ ଡିଭିଜନ ରେଲୱେ ମ୍ୟାନେଜର ବାଧ୍ୟ ହୋଇଛନ୍ତି। ଡିଭିଜନ ରେଲୱେ ମ୍ୟାନେଜର କହିଛନ୍ତି, ‘ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି କି କୌଣସି ବି ଯାତ୍ରୀ ଟ୍ରେନକୁ ଅପେକ୍ଷା କରିବା ସମୟରେ ପ୍ଲାଟଫର୍ମରେ ଶୁଅନ୍ତୁ ନାହିଁ। ଯଥାସମ୍ଭବ ୱେଟିଂ ହଲ ଓ ଅନ୍ୟାନ୍ୟ ସ୍ଥାନ ବ୍ୟବହାର କରନ୍ତୁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking