ନୂଆଦିଲ୍ଲୀ : ଆନ୍ନା ବିଶ୍ୱବିଦ୍ୟାଳୟ ଯୌନ ନିଯ୍ୟାତନା ମାମଲାରେ ଏହି ଘଟଣାର ଏଫଆଇଆର କପି ଲିକ ମାମଲାରେ ପ୍ରତିବାଦ କରିଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନାମଲାଇ । ନିଜ ଘର ସମ୍ମୁଖରେ ତାମିଲନାଡୁ ବିଜେପି ସଭାପତି ଆନାମଲାଇ ନିଜକୁ ଚାବୁକ ମାଡ କଲେ । ତେବେ ପୀଡିତାଙ୍କ ପ୍ରତି ଏହା ଅନ୍ୟାୟ ବୋଲି ସେ କହିଛନ୍ତି । ତାମିଲନାଡୁ ସରକାର କଡା ଆକ୍ଷେପ କରିବା ସହିତ ନିଜକୁ ଛଅ ଥର ଚାବୁକ ମାରିଥିଲେ । ବିଜେପି ସଭାପତି କହିଛନ୍ତି ଯଦି ତାମିଲ କଲଚର ସମ୍ବନ୍ଧରେ ଜାଣିଥିବେ ତାହେଲେ ଆପଣ ବେଶ ଭଲଭାବରେ ଜାଣିପାରିବେ ନିଜକୁ ଚାବୁକ ମାରିବାର ଅର୍ଥ କଣ । ଏହି ପ୍ରତିବାଦ କୌଣସି ବ୍ୟକ୍ତି କି ସଂଗଠନ ବିରୋଧରେ ନୁହେଁ ବରଂ ରାଜ୍ୟରେ ଚାଲିଥିବା ଅନ୍ୟାୟ ବିରୋଧରେ । ତେବେ ଆନାମଲାଇଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।