24.1 C
Bhubaneswar
Saturday, March 28, 2026
Homeଓଡିଶାଇଭି ଶୋ' ରୁମରେ ଭୟାବହ ଅଗ୍ନିକାଣ୍ଡ

ଇଭି ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ରେଡ୍ଡୀ ଗ୍ୟାରେଜ ଛକ ନିକଟରେ ଥିବା ଇଭି ଶୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ଏକାଧିକ ଗାଡ଼ି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଆଜି ସକାଳେ ଇଭି ଶୋ’ ରୁମରେ ହଠାତ୍ ନିଆଁ ଲାଗିଯାଇଥିଲା। ଶୋ’ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଇଭି ଶୋ’ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ୨ଟି ଅଗ୍ନିଶମ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଦୁଇ ମହଲା କୋଠାରେ ଇଭି ଶୋ’ ରୁମ କରାଯାଇଥିଲା। ନିଆଁ ଲାଗିବା ପରେ ତଳ ମହଲାରୁ ଗାଡ଼ି ଗୁଡ଼ିକ ବାହାର କରି ଦିଆଯାଇଥିବା ବେଳେ ଉପର ମହଲାରେ ଗାଡ଼ି ଗୁଡ଼ିକ ରହିଛି। ପ୍ରବଳ ଧୂଆଁ ବାହାରୁଥିବା ହେତୁ ଦ୍ୱିତୀୟ ମହଲାକୁ ଯିବା ସମ୍ଭବପର ହେଉ ନାହିଁ। ସର୍ଟସର୍କିଟରୁ ଶୋ’ ରୁମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking