20.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡି ନେତ୍ରୀ ହାତାହାତି: ଶଙ୍ଖ ଭବନରେ ଇପ୍‌ସିତାଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ

ବିଜେଡି ନେତ୍ରୀ ହାତାହାତି: ଶଙ୍ଖ ଭବନରେ ଇପ୍‌ସିତାଙ୍କୁ ଚାପୁଡ଼ା ମାରିଲେ ମହିଳା କର୍ମୀ

ଭୁବନେଶ୍ୱର : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନ ଭିତରେ ହାତାହାତି ତା ପୁଣି ଦୁଇ ମହିଳା କର୍ମୀ। ବିଜେଡି ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ସର୍ବ ସମ୍ମୁଖରେ ଚାପୁଡ଼ା ମାଡ଼ । ନିଜ ଦଳର ଅଫିସ୍ ଭିତରେ ନିଜ ଦଳର ଜଣେ ମହିଳା କର୍ମୀ ତାଙ୍କୁ ଚାପୁଡ଼ା ମାରିଛନ୍ତି । ଆଜି ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଷ୍ଟେଜ୍ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଗଣ୍ଡଗୋଳ ହୋଇଛି ।

ସୂଚନା ମୁତାବକ, ଇପ୍‌ସିତା ଷ୍ଟେଜ୍ ସମ୍ମୁଖରେ କିଛି ଚେୟାର ପକାଉଥିଲେ । ଏହାକୁ ନେଇ କିଛି ମହିଳା କର୍ମୀ ଆପତ୍ତି କରିଥିଲେ । ପରିସ୍ଥିତି ଏମିତି ହେଇଥିଲା କି ଉଭୟଙ୍କ ମଧ୍ୟରେ ଦସ୍ତାଦସ୍ତି ଓ ପରେ ଚାପୁଡ଼ା ଯାଏଁ କଥା ପହଞ୍ଚିଥିଲା । ଇପ୍‌ସିତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଜଣକ ପୁରୀ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଉପସିତା କିମ୍ପା ସଂପୃକ୍ତ ମହିଳା କର୍ମୀଙ୍କ ପ୍ରତିକ୍ରିୟା ମିଳିପାରିନି । ତେବେ ଏହାପୂର୍ବରୁ ବି ଶଙ୍ଖ ଭବନ ଭିତରେ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ କର୍ପୋରେଟରଙ୍କ କଳି ଓ ଶ୍ରୀମୟୀ ମିଶ୍ର ଏବଂ ବେଗୁନିଆ ବିଧାୟକଙ୍କ ଭିତରେ ବଚସା ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking