କୋରାପୁଟ: କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶରେ ଲାଗିପାରୁନାହିଁ ରୋକ । କୋଟିଆବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆଣୁଛନ୍ତି ଆନ୍ଧ୍ର ଅଧିକାରୀ । କେତେବେଳେ ଭତ୍ତା ଓ ଆଉ କେତେବେଳେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା । ବିଶେଷକରି ଜନଗଣନା ସମୟରେ ଓଡ଼ିଶା ପକ୍ଷରୁ ଜନଗଣନା ସରିବା ପରେ ପୁଣି ଆନ୍ଧ୍ର ଅଧିକାରୀ ଅନୁପ୍ରେବେଶ କରି ସୀମାନ୍ତ କିଛି ଗ୍ରାମରେ ଆରମ୍ଭ କରିଥିଲେ ଜନଗଣନା । ଏବେ ସାର ରାଜ୍ୟରେ ଏସଆଇଆର ସର୍ଭେ ଆରମ୍ଭ ହୋଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପକ୍ଷରୁ କୋଟିଆରେ ମଧ୍ୟ ଆରମ୍ଭ ହୋଇଛି SIR ସର୍ଭେ । ଖବରପାଇ ବୁଧବାର କିଛି ଆନ୍ଧ୍ର ଅଧିକାରୀ କୋଟିଆର ସୀମାନ୍ତ ଗାଁ ଫାଟୁସିନେରୀ ଓ ଫଗୁଣସିନେରୀ ଗାଁରେ ପହଁଚି ସର୍ଭେ ଆରମ୍ଭ କରିଥିବା ଜଣାପଡ଼ିଛି । ଯାହା ପୁଣିଥରେ ବିବାଦ ଛିଡ଼ା କରିଛି ।










