32.9 C
Bhubaneswar
Wednesday, June 3, 2026
Homeଓଡିଶାନ୍ୟାୟ ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ

ନ୍ୟାୟ ନ ମିଳିବାରୁ ଆତ୍ମାହୁତି ଉଦ୍ୟମ କଲେ ଯୁବତୀ

କେନ୍ଦୁଝର: ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ନିରାଶ ହୋଇପଡ଼ିଥିଲେ ଯୁବତୀ । ଜମିବାଡ଼ି ବିବାଦର ସମାଧାନ ପାଇଁ ବାରମ୍ବାର ଅନୁରୋଧ, ଅଭିଯୋଗ ଓ ଗୁହାରି କରିଥିଲେ ମଧ୍ୟ ମିଳିଲାନି ସୁଫଳ। ଶେଷରେ ହତାଶ ଓ କ୍ଷୋଭରେ ନେଲେ ଚରମ ନିଷ୍ପତ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି ଜଣେ ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଲୋକ ଓ ସୁରକ୍ଷାକର୍ମୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ଯୁବତୀଙ୍କର ତାଙ୍କ ବଡ଼ବାପାଙ୍କ ସହ ଦୀର୍ଘଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଛି । ଏହି ବିବାଦକୁ ନେଇ ପରିବାର ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବାବେଳେ ତାଙ୍କୁ ମାରପିଟ ଓ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଯୁବତୀ । ସମସ୍ୟାର ସମାଧାନ ପାଇଁ ସେ ଅନେକ ଥର ଥାନା ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।ହେଲେ ତାଙ୍କ ଅଭିଯୋଗ ଉପରେ କୌଣସି ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ। ବାରମ୍ବାର ଦ୍ୱାରସ୍ଥ ହେଲେ ମଧ୍ୟ ନ୍ୟାୟ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking