25.1 C
Bhubaneswar
Saturday, May 30, 2026
Homeଓଡିଶାଆଜି ବି ପଶ୍ଚିମ ଓଡିଶାରେ ୪୦ ପାର୍ କରିବ ତାପମାତ୍ରା !

ଆଜି ବି ପଶ୍ଚିମ ଓଡିଶାରେ ୪୦ ପାର୍ କରିବ ତାପମାତ୍ରା !

ଭୁବନେଶ୍ୱର: ଦିନରେ ଗରମ ରାତିରେ କାଳବୈଶାଖୀ । ଆଜି ବି ପଶ୍ଚିମ ଓଡିଶାରେ ଖରା ଦେଖାଇବ ତାଉ । ବଲାଙ୍ଗିର, ବରଗଡ , ନୂଆପଡା , ଝାରସୁଗୁଡା , ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଖରାରେ ସିଝିବେ ଲୋକେ । ଆଜି ବି ୪୦ ପାର କରିପାରେ ଏକାଧିକ ଜିଲ୍ଲାର ତାପମାତ୍ରା । କେବଳ ପଶ୍ଚିମ ନୁହେଁ ଦକ୍ଷିଣ ଓ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ଗରମ କଲବଲ କରିପାରେ । ଆସନ୍ତା ଦୁଇ ଦିନ ଯାଏଁ ପାଗ ଲାଗି ରହିପାରେ ।

ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ଆଶ୍ୱସ୍ତି ମିଳିନାହିଁ। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ତଳେ ରହିଥିଲା। ତଥାପି ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଜାରି ରହିଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ରେକର୍ଡ କରାଯାଇଛି।ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବଲାଙ୍ଗୀର ପଛକୁ ସମ୍ବଲପୁରରେ ୪୩ ଦଶମିକ ୧ ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୨ ଦଶମିକ ୫ ଡିଗ୍ରୀ ଓ ନୂଆପଡ଼ାରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା। ବୌଦ୍ଧ ଏବଂ ଭବାନୀପାଟଣାରେ ମଧ୍ୟ ପ୍ରବଳ ଗୁଳଗୁଳି ସାଙ୍ଗକୁ ଖରା ଅନୁଭୂତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking