29.4 C
Bhubaneswar
Sunday, July 12, 2026
Homeଦେଶ ବିଦେଶଭଙ୍ଗା ହେଲା ମେସିଙ୍କ ୭୦ ଫୁଟ ଉଚ୍ଚତାର ମୂର୍ତ୍ତି

ଭଙ୍ଗା ହେଲା ମେସିଙ୍କ ୭୦ ଫୁଟ ଉଚ୍ଚତାର ମୂର୍ତ୍ତି

ନୂଆଦିଲ୍ଲୀ: କୋଲକାତାରେ ନିର୍ମାଣ କରାଯାଇଥିବା ଆର୍ଜେଣ୍ଟିନାର ମହାନ ଫୁଟ୍‌ବଲ୍‌ ତାରକା ଲିଓନେଲ ମେସିଙ୍କ ଏକ ୭୦ ଫୁଟ ଉଚ୍ଚର ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା କାରଣରୁ ଏଭଳି କରାଯାଇଥିବା ସେଠାକାର ନୂଆ ସରକାର ସୂଚନା ଦେଇଛନ୍ତି। ଏହି ମୂର୍ତ୍ତିଟି ମେସିଙ୍କ ବହୁ ଚର୍ଚ୍ଚିତ ଭାରତ ଗସ୍ତ ବେଳେ ନିର୍ମାଣ କରାଯାଇଥିଲା। ଏଥିଲାଗି ୨୭ ଦିନର ସମୟ ଲାଗିଥିଲା। ତେବେ ଟିକିଏ ବି ଜୋରରେ ପବନ ବହିଲେ ମୂର୍ତ୍ତିଟି ହଲୁଥିବାରୁ ଏହାକୁ କୋଲକାତା ନଗର ନିଗମ ବିପଦପୂର୍ଣ୍ଣ ଶ୍ରେଣୀରେ ସାମିଲ କରିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଗତ ‌ସୋମବାର ଆନୁଷ୍ଠାନିକ ଭାବେ ମୂର୍ତ୍ତିଟିକୁ ଭାଙ୍ଗି ଦିଆଯାଇଥିଲା।ଏହି ସମୟରେ ବିରୋଧ ଓ ବିକ୍ଷୋଭର ଆଶଙ୍କା କରି ପାଖାପାଖି ୫,୦୦୦ ପୁଲିସକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତକୁ ସେମି ତାଙ୍କ ବିବାଦୀୟ ‘ଗୋଟ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀ ଗସ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking