ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ ବୋଡକ ପଞ୍ଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି । ମହିଳାଙ୍କ ମୁଣ୍ଡରେ ଆଘାତର ଚିହ୍ନ ଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟାକରି ଫିଙ୍ଗି ଦେଇ ଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ରେବ ନଈ କୂଳରେ ମହିଳାଙ୍କ ମୃତଦେହ ପଡିତିବା କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ସେମାନେ ଏ ସମ୍ପର୍କରେ ତିହିଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଆଇଆଇସି ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ମୃତଦେହ ଜବତ କରିଛନ୍ତି । ତେବେ ମହିଳାଙ୍କ ପରିଚୟ ଜଣାପଡି ନଥିବାରୁ ଆଇଆଇସି ନାୟକ ତାଙ୍କ ମୃତଦେହ ଫଟୋ ଶେୟାର କରିଛନ୍ତି । ମହିଳାଙ୍କୁ କେହି ଚିହ୍ନିଥିଲେ ତୁରନ୍ତ ଥାନାକୁ ଖବର ଦେବାକୁ ସେ ଅନୁରୋଧ କରିଛନ୍ତି ।










