ନୂଆଦିଲ୍ଲୀ: ଏକ୍ସକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ । ଭାରତରେ କକ୍ରୋଚ ଜନତା ପାର୍ଟି ଏକ୍ସ ଆକାଉଣ୍ଟ ବ୍ଲକ କରିବା ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଏକ୍ସକୁ ନୋଟିସ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ଆଜି କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଦ୍ୱାରା ଏକ୍ସରେ ତାଙ୍କ ବ୍ୟଙ୍ଗାତ୍ମକ ଡିଜିଟାଲ ସଂଗଠନର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ କରିବାର ନିଷ୍ପତ୍ତିକୁ ଚ୍ୟାଲେଅଞଜ କରି ଦାୟର ଆବେଦନ ଶୁଣାଣି କରିଛନ୍ତି । ଜଷ୍ଟିସ ପୁରୁଷେନ୍ଦ୍ର କୁମାର କୌରବଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦୀପକେଙ୍କ ଆବେଦନ ଶୁଣାଣି କରିଛନ୍ତି । ଦିଲ୍ଲୀ ହାଇକୋର୍ଟ କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଦ୍ୱାରା ଦାୟର ମାମଲାରେ କେନ୍ଦ୍ର ସରକାର ଏବଂ ଏକ୍ସକୁ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ଏକ୍ସ ଉପରେ ଦଳର ଆକାଉଣ୍ଟ ବ୍ଲକ କରାଯିବାକୁ ଚ୍ୟାଲେଞ୍ଜ କରାଯାଇଛି । ଜଷ୍ଟିସ ପୁରୁଷେନ୍ଦ୍ର କୁମାର କୌରବଙ୍କ ସମ୍ମୁଖରେ ଏହି ମାମଲା ଶୁଣାଣି ପାଇଁ ଆସିଥିଲା । କକ୍ରୋଚ ଜନତା ପାର୍ଟି ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ ଆନ୍ଦୋଳନ ଯାହା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏକ ଶୁଣାଣି ସମୟରେ ଦିଆଯାଇଥିବା ଏକ ମୌଖିକ ମନ୍ତବ୍ୟର ଜବାବରେ ଆରମ୍ଭ ହୋଇଥିଲା ।ସେହି ମନ୍ତବ୍ୟରେ, ସିଜେଆଇ ଅନଲାଇନ୍ ସକ୍ରିୟତାର ଆଳରେ ସିଷ୍ଟମକୁ ଆକ୍ରମଣ କରୁଥିବା ବେକାର ଯୁବକମାନଙ୍କୁ ‘କକ୍ରୋଚ୍’ ସହିତ ତୁଳନା କରିଛନ୍ତି। ପରେ ସିଜେଆଇ ସ୍ପଷ୍ଟ କରିଥିଲେ ଯେ ସେ ନକଲି ଡିଗ୍ରୀଧାରୀମାନଙ୍କ ବିଷୟରେ କହୁଥିଲେ। କିଛି ଦିନ ମଧ୍ୟରେ ଲକ୍ଷ ଲକ୍ଷ ଅନୁଗାମୀ ସଂଗ୍ରହ କରିଥିବା “କକ୍ରୋଚ୍ ଜନତା ପାର୍ଟି”ର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ପରେ ନିଲମ୍ବିତ କରାଯାଇଥିଲା।










