ମୟୂରଭଞ୍ଜ: ଆସନ୍ତା ୨୦ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁର ଏବେ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ଗସ୍ତକୁ ନେଇ ଚର୍ଚ୍ଚାରେ ଆସିଛି । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁର ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ବିଭିନ୍ନ ବିକାଶମୂଳକ ପ୍ୟାକେଜ ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏହି ସମ୍ଭାବ୍ୟ ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ପ୍ରାରମ୍ଭିକ ସୂଚନା ମିଳିଥିବା କୁହାଯାଇଛି । ତେବେ ଗସ୍ତର ଚୂଡ଼ାନ୍ତ ସୂଚୀ ଏପର୍ଯ୍ୟନ୍ତ ଆସିନାହିଁ ।ଅନ୍ୟପଟେ, ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ରାଇରଙ୍ଗପୁର ଆସିବେ ବୋଲି ସୂଚନା ମିଳିଛି । ଉଭୟ ଭିଭିଆଇପି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ।










