31.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଗୃହ କର୍ମରେ ସୁଖ ମିଳିବ । ମନ ଅସ୍ଥିର ରହିବ । ପରିସ୍ଥିତିର ବିଭ୍ରାଟ ସୃଷ୍ଟି ହେବ । ଗୁପ୍ତଧନର ସନ୍ଧାନ ପାଇବେ । ମାଙ୍ଗଳିକ ଉତ୍ସବରେ ଯୋଗ ଦେବେ । ସହାୟତା ଅନୁଭବ କରିବେ । ଧାର୍ମିକ କାର୍ଯ୍ୟରେ ମନ ଦେବେ ।
ବୃଷ : ଆଜି ପଥ ଭ୍ରଷ୍ଟ ହୋଇପାରନ୍ତି । ଅଯଥାରେ କଳହ ସୃଷ୍ଟି ହେବ । ଦ୍ରବ୍ୟ ଲାଭ କରିପାରନ୍ତି । ପାରିବାରିକ ଯଞ୍ଜାଳ ବଢ଼ିବ । ଆୟ କ୍ରମେ ବୃଦ୍ଧି ହେବ । ପର ପାଇଁ କାର୍ଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି । ମହିଳାମାନେ ବିବାଦର ସମାଧାନ କରିବେ ।
ମିଥୁନ : ଆଜି ଆକସ୍ମିକ ଧନପ୍ରାପ୍ତି ହୋଇପାରେ । ବିପଦ ଦୂରେଇଯିବେ । ଭୂଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହେବେ । ଅପବାଦରେ ପଡ଼ିପାରନ୍ତି। ଉପକାର କରି କ୍ଷତିଗ୍ରସ୍ତ ହେବେ । ଗୃହ ବିଭଦେ ଉପୁଜିବ । ପରିସ୍ଥିତି ପ୍ରତି ସଜାଗ ରହିବେ ।
କର୍କଟ : ଦାୟିତ୍ୱରେ ପରିବର୍ତନ ଘଟିବ । ଦୁର୍ଘଟଣାରୁ ଉଧୁରୀଯିବେ । ଦକ୍ଷତାର ଉପଯୋଗ କରିବେ । ଦ୍ରବ୍ୟଲାଭ କରିପାରନ୍ତି । ବହୁଦିନର ଚିନ୍ତାରୁ ଆଜି ମୁକ୍ତି ମିଳିବ । ମନ ବ୍ୟାକୁଳ ରହିବ । ବନ୍ଧୁ ସହାୟତା ପାଇପାରନ୍ତି ।
ସିଂହ : ଶାରୀରିକ କଷ୍ଟ ପାଇପାରନ୍ତି । କାର୍ଯ୍ୟରେ ଅସଙ୍ଗତ ଦେଖାଦେବ । ପଡ଼ୋଶୀଙ୍କ ସହଯୋଗ ପାଇବେ । ଗୃହଉପକରଣ ସଂଗ୍ରହ କରିବେ । ଆତ୍ମବିଶ୍ୱାସ ହରାଇପାରନ୍ତି । ଅମାପ୍ତ ଅନୁଭବ କରିବେ ।
କନ୍ୟା : ଆଜି ସକାଳୁ ସକାଳୁ ବନ୍ଧୁଙ୍କ ସମ୍ପର୍କରେ ବାଧା ସୃଷ୍ଟି ହେବ । ପ୍ରିୟ ବ୍ୟକ୍ତିଙ୍କ ମତାନ୍ତର ଘଟିପାରେ । ଯାତ୍ରାରୁ ସଫଳତା ମିଳିବ । ଅନୁଗତଙ୍କ ଦ୍ୱାରା ଲାଭବାନ୍ ହେବେ । ନୂତନ ଦାୟିତ୍ୱ ପାଇପାରନ୍ତି । ଗୃହରେ ମହିଳାମାନଙ୍କ ପାଇଁ ଅଶାନ୍ତି ବଢ଼ିବ ।
ତୁଳା : ଇର୍ଷାର ପାତ୍ର ହୋଇପାରନ୍ତି । ଲାଭରେ ପଡ଼ି କ୍ଷତି ସହିବେ । ଯୋଜନା ବଳଦି ଯାଇପାରେ । ମନ ଅସ୍ଥିର ରହିବ । କ୍ଷତିରେ ପଡ଼ିପାରନ୍ତି । ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିବେ । ସୁଯୋଗର ଦୂରପଯୋଗ କରିବେ ।
ବିଛା : ଆଜି ପରିସ୍ଥିତି ଆୟତ ବାହାରେ ରହିବ । ତର ତର ହୋଇ କ୍ଷତିରେ ପଡ଼ିବେ । ଅପକର୍ମର ଫଳ ଭୋଗିବେ । ଅନୁଗତଙ୍କ ଦ୍ୱାରା ଲାଭବାନ୍ ହେବେ । କାର୍ଯ୍ୟରେ ଅଗ୍ରଗତି ଘଟିବ । ଯାତ୍ରାଦିରୁ ଶାନ୍ତି ପାଇବେ ।
ଧନୁ : ଆଜି ଦୁର୍ଘଟଣାର ସମ୍ଭାବନା ରହିଛି । ଅଯଥା ଅପବାଦରେ ପଡ଼ିପାରନ୍ତି । ଗୃହକାର୍ଯ୍ୟରେ ଆନନ୍ଦ ମିଳିପାରେ । ଧନଲାଭ ଯୋଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଉନ୍ନତିର ଆଭାସ ପାଇବେ ।
ମକର : କାର୍ଯ୍ୟରେ ବ୍ୟାଘତ ସୃଷ୍ଟି ହେବ । ଶାରୀରିକ ପୀଡ଼ା ଭୋଗିପାରନ୍ତି । ଧନହାନି ଘଟିପାରେ । ଚିନ୍ତାଭାର ବଢ଼ିଯିବ । ଶତ୍ରୁପାଇଁ ଚିନ୍ତିତ ରହିବେ । ଆଭାବ ଅନୁଭବ କରିବେ । ଦେବ ପୂଜା କରିପାରନ୍ତି । ଶତ୍ରୁଭୟ ଳବଢ଼ିବ ।
କୁମ୍ଭ : ପରିବାର ବିଶୃଙ୍ଖଳା ବ୍ୟାପକ ହେବ । ଆଜି ଆୟ କ୍ରମେ ବଢ଼ିବ । ଉଦ୍ୟମରେ ପ୍ରଗତି ଘଟିବ । ଆର୍ଥିକ ସାହାଯ୍ୟ ମିଳିବ । ବନ୍ଧୁ ମେଳରେ ଆନନ୍ଦ ପାଇବେ । ପରୋଉପକାରରେ ଲାଗି ପଡ଼ିବେ । ଗୃହରେ ଆନନ୍ଦ ମିଳିବ ।
ମୀନ : ଆଜି ଦିନଟି ମନ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବୃଥା ଭ୍ରମଣ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । ମହିଳାମାନେ ଉଚ୍ଚକାମ ପାଇଁ ପ୍ରଶଂସିତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking