33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶନାବାଳିକାକୁ ଦୁଷ୍କର୍ମ: ପରେ ହତ୍ୟା

ନାବାଳିକାକୁ ଦୁଷ୍କର୍ମ: ପରେ ହତ୍ୟା

ନୂଆଦିଲ୍ଲୀ : ପ୍ରଥମେ ନାବାଳିକାକୁ ବଳାତ୍କାର ତାପରେ ହତ୍ୟା ।   ଶବକୁ ଗୋଟିଏ ଅଖାରେ ପୂରାଇ  ଘରଠାରୁ ୨୦୦ ମିଟର ଦୂରରେ  ଗୋଟିଏ ବିଦ୍ୟାଳୟ ନିକଟରେ ଫିଙ୍ଗି ଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ବନାରସରେ ।  ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ବା ବେଳେ ଅଭିୁକ୍ତ ଜଣଙ୍କ ପୋଲିସ ଉପରକୁ ଗୁଳି କରିଛି ।  ତାପରେ  ଉଭୟଙ୍କ ଗୁଳି ବିନିମୟରେ ଅଭିଯୁକ୍ତଙ୍କ ଗୋଡକୁ ଗୁଳିି ବାଜିଥିଲା । ତାଙ୍କୁ ଗିରଫ କରାଯାଇ  ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ  ୨୪ ତାରିଖ ସଂନ୍ଧ୍ୟାରେ  ନାବାଳିକା ଜଣଙ୍କ  ଜିନିଷ ଆଣିବା ପାଇଁ ଦୋକାନକୁ ଯାଇଥିଲେ । ନାବାଳିକା ଜଣଙ୍କ ବହୁ  ସମୟ ଯାଏଁ ଘରକୁ ଫେରି ନଥିଲେ । ତାଙ୍କ ମା ତାଙ୍କୁ ଖୋଜି ଖୋଜି ଦୋକାନରେ ପହଞ୍ଚିଲେ । ଦୋକାନୀ ଜଣଙ୍କ କହିଲା କେତେବେଳୁ  ଜିନିଷ ଧରି ଝିଅ ଚାଲିଗଲାଣି । ତାୁପରେ ପରିବାର ଲୋକେ ବ୍ୟସ୍ତ ହୋଇ ପୋଲିସକୁ ଅଭିଯୋଗ କରିଥିଲେ ।   ତାପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଅଖା ରେ ଥିବା ମୃତଦେହ କୁ ଝିଅର ବାପା ମା ଆଗକୁ ଆଣିଥିଲା । ସେମାନେ ସେମାନଙ୍କ ଝିଅ ବୋଲି କହିଥିଲେ । ତାପରେ ସେଠାରେ ଶୋକାକୁଳ ପରିସ୍ଥିତି ଉପୁଜିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking