ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଉଜୈନର ମହାକଲେଶ୍ୱର ମନ୍ଦିରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଶନିବାର ମହିଳାଙ୍କ ସ୍କାର୍ପ ମନ୍ଦିରର ଖାଦ୍ୟ କେନ୍ଦ୍ରରେ ଥିବା ଆଳୁ ପିଲିଂ ମେସିନରେ ଅଟକିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୩୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ଏସଡିଏମ ଲକ୍ଷ୍ମୀ ନାରାୟଣ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି ମହିଳା ଜଣଙ୍କ ରୋଷେଇ ଘରେ କାମ କରୁଥିଲେ । ସେତେବେଳେ ତାଙ୍କ ଓଢଣୀ ଆଳୁ ପିଲିଂ ମେସିନରେ ଫସି ରହିଥିଲେ । ଏହା ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ତାପରେ ତାଙ୍କୁ ସେଠାରୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ମହିଳାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଏସଡିଏମ କହିଛନ୍ତି ।










