19.1 C
Bhubaneswar
Thursday, February 12, 2026
Homeଓଡିଶାଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ

ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ

ଭଦ୍ରକ : ଗୋଟିଏ ପିକଅପ ଭ୍ୟାନରେ  ଗୋରୁ ଚାଲାଣ ହେଉଥିଲା । ହେଲେ ଅଧାବାଟରେ ମାଡି ବସିଲା ପୋଲିସ । ଭଦ୍ରକ ଜିଲ୍ଲା ସନ୍ଥିଆ ନିକଟରୁ ୧୭ଟି ଗୋରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି।
ଵନ୍ତରୁ ଏକ ପିକଅପ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା।  ଭଦ୍ରକ ଜିଲ୍ଲା ପୁରୁଣା ଵଜାର ପୁଲିସ ସନ୍ଥିଆ ନିକଟରେ ପିକଅପ ଭ୍ୟାନଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ଗାଡ଼ିରୁ ୧୭ଟି ଗୋରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଏଥିସହ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।  ଭ୍ୟାନରେ ଚାଲାଣ କରାଯାଉଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପଶୁ ଡାକ୍ତର ଡକାଯାଇ ଗୋରୁ ମାନଙ୍କର ଚିକିତ୍ସା କରାଯାଇଛି। ଚିକିତ୍ସା ପରେ  ଉଦ୍ଧାର ହୋଇଥିବା ଗୋରୁଙ୍କୁ  ଗୋଶାଳାରେ ଛଡାଯିବ ବୋଲି ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking