21.1 C
Bhubaneswar
Wednesday, February 11, 2026
Homeଓଡିଶାଟଙ୍କା ନ ଦେବାରୁ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ ନିଶାସକ୍ତ ଯୁବକ

ଟଙ୍କା ନ ଦେବାରୁ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ ନିଶାସକ୍ତ ଯୁବକ

ଭଦ୍ରକ : ନିଶାଶକ୍ତ ଅବସ୍ଥାରେ ନିଶାଡିଙ୍କ ଉତ୍ପାତ ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ନୂଆ ଵସଷ୍ଟାଣ୍ଡ ନିକଟରେ ଘଟିଛି। ମାତ୍ର ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ୩ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟା ପରେ ଏକ ଅଣ୍ଡା ଵୋଝେଇ ଟ୍ରକ୍ ଭଦ୍ରକର ନୂଆ ଵସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲା। ସେଠାରେ ଡ୍ରାଇଭର ଟ୍ରକ୍‌ରୁ ଅନ୍ୟ ଏକ ଛୋଟ ଗାଡ଼ିକୁ ଅଣ୍ଡା ଅନଲୋଡ କରୁଥିଲେ। ଟ୍ରକ୍ ଡ୍ରାଇଭର ମନା କରିଦେବାରୁ ସେମାନେ ତାଙ୍କୁ ମାଡ ମାରିଥିଲେ। ଏହାପରେ ଭୟଭୀତ ହୋଇ ଡ୍ରାଇଭରଜଣକ ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି ବାସୁଙ୍କୁ ଫୋନ କରିଥିଲେ। ଏହି ସମୟ ମଧ୍ୟରେ ବି ନିଶାସକ୍ତ ଯୁବକମାନେ ଏକ ଗାଡ଼ିରେ ସେମାନଙ୍କ ପିଛା କରି ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଶାସକ୍ତ ଯୁବକମାନେ ନିଜ ଗାଡ଼ି ସହ ଟ୍ରାନ୍ସପୋର୍ଟ ମାଲିକଙ୍କ ବାଇକ୍‌କୁ ନେଇ ଫେରାର ହୋଇ ଯାଇଛନ୍ତି।
ଗୁରୁତର ଅବସ୍ଥା ୪ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ୨ ଜଣଙ୍କୁ କଟକ ରେଫର କରି ଦିଆଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking