ଗଞ୍ଜାମ : ଗଞ୍ଜାମ ଆସିକା ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଉତ୍ପାତ ବଢୁଛି । ଏନେଇ ବାଲିଛାଇ ପଞ୍ଚାୟତର ଲୋକେ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ବାରମ୍ବାର ବାଲି ଚୋରାଚାଲାଣ ରୋକିବାକୁ ଅଭିଯୋଗ କରିଥିଲେ ମଧ୍ୟ ପୁଣି ବାଲି ଉଠାଉଥିଲେ ମାଫିଆ । ଆଜି ରିଷିପୁର ଗାଁଲୋକେ ବଡ଼ନଦୀ ପଠାରେ ମାଫିଆଙ୍କୁ ଅଟକାଇଛନ୍ତି । ପ୍ରଶାସନ ଚୋରା ବାଲି ଚାଲାଣକୁ ରୋକ ଲଗାଇବା ବିଫଳ ହେବା ପରେ ଗାଁ ଲୋକେ ମେଳି ବାନ୍ଧି ବାଲି ମାଫିଆଙ୍କୁ ଟକ୍କର ଦେଇଛନ୍ତି ।










