25.1 C
Bhubaneswar
Sunday, December 15, 2024
Homeଦେଶ ବିଦେଶଇସ୍ତଫା ଦେଲେ ବିଧାୟକ

ଇସ୍ତଫା ଦେଲେ ବିଧାୟକ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଜି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଶିବସେନା ସିନ୍ଦେ ଗୋଷ୍ଠୀରେ ‘ଖେଲା’ ହୋଇଯାଇଛି। ଭଣ୍ଡାରା ସିଟରୁ ବିଧାୟକ ନରେନ୍ଦ୍ର ଭୋଣ୍ଡେକର ପାର୍ଟି ଉପନେତା ତଥା ଶିବସେନା ବିଭାଗୀୟ ସମନ୍ୱୟକ ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ମନ୍ତ୍ରୀମଣ୍ଡଳର ତାଙ୍କୁ ସ୍ଥାନ ଦିଆଯାଇ ନଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଇଛି। ନରେନ୍ଦ୍ର ୨୦୦୯ ମସିହାରେ ପ୍ରଥମ ଥର ଭଣ୍ଡାରା ବିଧାନସଭା ଆସନରୁ ଶିବସେନା ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ମସିହାରେ ଶିବସେନା ନରେନ୍ଦ୍ରଙ୍କୁ ଟିକେଟ୍ ଦେଇନଥିଲା। ଏଣୁ ସେ ନିର୍ଦ୍ଦଳୀୟ ନିର୍ବାଚନ ଲଢି ବିଧାନସଭାକୁ ପହଞ୍ଚିଥିଲେ। ୨୦୨୨ରେ ଯେବେ ଶିବସେନାରେ ବିଦ୍ରୋହ ହେଲା ଓ ଏକନାଥ ସିନ୍ଦେ ଦଳରୁ ସାଥୀ ବିଧାୟକଙ୍କୁ ନେଇ ଅଲଗା ହୋଇଗଲେ ସେତେବେଳେ ସିନ୍ଦେଙ୍କୁ ସମର୍ଥନ କରିଥିବା ସ୍ୱାଧୀନ ବିଧାୟକଙ୍କ ମଧ୍ୟରେ ନରେନ୍ଦ୍ର ଭୋଣ୍ଡେକର ମଧ୍ୟ ଥିଲେ। ଏଣୁ ୨୦୨୪ ବିଧାନସଭା ନିର୍ବାଚନରେ ଶିବସେନା ସିନ୍ଦେ ତାଙ୍କୁ ଭଣ୍ଡାରା ସିଟରୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜୟୀ ହୋଇଛନ୍ତି। ମହାଯୁତୀ ସରକାରରେ ନରେନ୍ଦ୍ର ଅନୁନ୍ୟ ମନ୍ତ୍ରୀଟିଏ ହେବେ ବୋଲି ଆଶା ବାନ୍ଧିଥିଲେ। ହେଲେ ମେଣ୍ଟରେ ତାଙ୍କୁ ସ୍ଥାନ ମିଳିନାହିଁ ବୋଲି ଜାଣିବା ପରେ ସେ ରବିବାର ମଧ୍ୟାହ୍ନରେ ଶିବସେନା ସିନ୍ଦେ ପାର୍ଟିର ପଦପଦବୀରୁ ଇସ୍ତଫା ଦେଇଛନ୍ତି। ନରେନ୍ଦ୍ର ଭୋଣ୍ଡେକରଙ୍କ ଜନ୍ମ ଭଣ୍ଡାରା ନିର୍ବାଚନମଣ୍ଡଳିରେ। ସେ ନିକଟସ୍ଥ ବିଦ୍ୟାଳରୁ ପାଠ ପଢିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜଣେ ଉଚ୍ଚଶିକ୍ଷିତ ଯୁବକ ଭାବେ ବେଶ୍ ଜଣାଶୁଣା। ନରେନ୍ଦ୍ର ତାଙ୍କ ନିର୍ବାଚନମଣ୍ଡଳିରେ ଭିତ୍ତିଭୂମି ସୁବିଧା ଓ ଅନ୍ୟ ବିକାଶ କାର୍ଯ୍ୟ ନିମନ୍ତେ ବେଶ୍ ଲୋକପ୍ରୀୟ ନେତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking