19.1 C
Bhubaneswar
Friday, February 13, 2026
Homeଓଡିଶାଘର ଭାଙ୍ଗି ଦୁଇ ଛୁଆଙ୍କୁ ମାରିଦେଲା ଦନ୍ତା

ଘର ଭାଙ୍ଗି ଦୁଇ ଛୁଆଙ୍କୁ ମାରିଦେଲା ଦନ୍ତା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ତାମରା ରେଞ୍ଜର କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଦୁଇ ଜଣ ଛୁଆଙ୍କୁ ମାରି ଦେଇଛି ହାତୀ। ସେମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ। ପୁଅଟିକୁ ୧୨ ବର୍ଷ ହୋଇଥିଲା। ଝିଅଟିକୁ ୩ ବର୍ଷ ହୋଇଥିଲା। ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗି ଦେଇଥିଲା। ହାତୀ ଘର ଭାଙ୍ଗୁ ଥିବା ଦେଖି ପରିବାରର ସଦସ୍ୟମାନେ ଘର ବାହାରକୁ ଦୌଡ଼ି ପଳାଇ ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ୧୨ ବର୍ଷର ବାଳକଟି ଦୌଡ଼ି ଯାଉଥିବା ବେଳେ ହାତୀ ତାକୁ ଟାଣି ନେଇ କଚାଡ଼ି ଦେଇଥିଲା। ସେହିପରି ଘରେ ରହିଯାଇଥିବା ୩ ବର୍ଷର ଝିଅଟିକୁ ମଧ୍ୟ ହାତୀ ମାରି ଦେଇଥିଲା। ଖବର ପାଇ ପୁଲିସ ଓ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଘଟଣାର ଯାଞ୍ଚ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking