17.1 C
Bhubaneswar
Saturday, February 14, 2026
Homeଓଡିଶା୯ ମାସର ବକେୟା ଦରମା ଦାବିରେ ରାଜଧାନୀରେ ଗର୍ଜିଲେ ମହିଳା

୯ ମାସର ବକେୟା ଦରମା ଦାବିରେ ରାଜଧାନୀରେ ଗର୍ଜିଲେ ମହିଳା

ଭୁବନେଶ୍ୱର : ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ। ବିଶାଳ ଶୋଭାଯାତ୍ରାରେ ଆସି ରାସ୍ତାରେ ବସିଲେ। ରାଜ୍ୟ ସରକାରଙ୍କୁ ଦରମା ମାଗିଲେ। ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସଂଘ। ଯାହାଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କ ମିତ୍ର, ଏମବିକେ, ଏଲ୍‌ଏସ୍‌ପି, ସିଆର୍ପି, କୃଷି ମିତ୍ର ଓ ପ୍ରାଣୀ ମିତ୍ର। ସେମାନଙ୍କ ଦାବି ୯ ମାସ ହେଲା ଦରମା ମିଳିନି। ପୂର୍ବରୁ ବିଜେଡି ସରକାର ଅମଳରେ ଶେଷ ୩ ମାସ ପାଇନଥିଲେ ଆଉ ଏବେ ବିଜେପି ସରକାର ଆସିବା ପରଠୁ ୬ ମାସ ହେଲା ଟଙ୍କାଟିଏ ମିଳିନି। ଜୀବୀକା ମିଶନଠୁ ସୁଭଦ୍ରା ଯୋଜନା ଯାଏଁ ସରକାରଙ୍କ ସବୁ ଯୋଜନାକୁ ଗ୍ରାଉଣ୍ଡ ଲେବଲରେ କାର୍ଯ୍ୟକାରୀ କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହୁଥିଲେ ମଧ୍ୟ ସେମାନଙ୍କୁ ଅଣଦେଖା କରାଯାଉଛି।

ବକେୟା ଦରମା ପ୍ରଦାନ ସହ ୫ ବର୍ଷିଆ ନିଯୁକ୍ତି ପଲିସିରେ ଥିବା ୭୫ ପ୍ରତିଶତ ଓ ୫୦ ପ୍ରତିଶତକୁ ଉଚ୍ଛେଦ କରି ଶହେ ପ୍ରତିଶତ ପାରିଶ୍ରମିକ ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ଇପିଏଫ୍‌, ଇଏସଆଇରେ ସାମିଲ କରାଯିବା ଦାବିରେ ସେମାନେ ମିଶନ ଶକ୍ତି ବିଭାଗ ଓ ଲାଇଭଲିହୁଡ୍‌ ମିଶନ ବିଭାଗକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଦାବି ହାସଲ ପାଇଁ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସଂଘର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ଏଣେ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଛାଡ଼ି ହଠାତ୍‌ ଧାରଣାସ୍ଥଳ ଉଭା ହୋଇଥିଲେ ବିଜେଡି ବିଧାୟକ। ଜଣକ ପରେ ଜଣେ ଉସୁକାଇଲା ଭଳି ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ।

ହେଲେ ବିଧାୟକ ଅରୁଣ ସାହୁଙ୍କ ଭାଷଣ କିନ୍ତୁ ପୂରା ନିଆଁରେ ଘିଅ ଢାଳିବା ସଦୃଶ ଥିଲା। ନିଜେ ସରକାରରେ ଥିବାବେଳେ ଏମାନଙ୍କ କଥା ନବୁଝି କେମିତି ନୂଆ ସରକାର ମୁଣ୍ଡରେ ସବୁ ଦୋଷ ଥୋଇଦେଲେ ଅରୁଣ ଓ କଥା କଥାରେ ପୁଣି ନିର୍ବାଚନ ହେଲେ ତାଙ୍କ ଦଳ ଜିତିବା ନିଶ୍ଚିତ ଦମ୍ଭ ଦେଖାଇଲେ। ସେପଟେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀଙ୍କ ଧାରଣାକୁ ବିରୋଧୀ ଦଳମାନେ ସମର୍ଥନ କରି ତୁରନ୍ତ ସେମାନଙ୍କ ସମସ୍ତ ଦାବି ସରକାର ମାନି ନେବାକୁ ଦାବି କରିଛନ୍ତି। ଏହାର ଜବାବରେ ବିଜେପି କହିଛି, ବିଜେଡି ଏ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଛି। ୨୦୧୯ ମସିହାରେ ଏମାନଙ୍କର ୫ ବର୍ଷିଆ ନିଯୁକ୍ତି ଚୁକ୍ତି କରିଥିବା ପୂର୍ବ ବିଜେଡି ସରକାର ଗତ ଏପ୍ରିଲ ମାସରେ କାହିଁକି ତାହାକୁ ରିନ୍ୟୁ କଲାନାହିଁ ବୋଲି ପାଲଟା ପ୍ରଶ୍ନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking