18.1 C
Bhubaneswar
Monday, December 22, 2025
Homeଓଡିଶାଆସନ୍ତାକାଲିଠୁ ବଢ଼ିବ ଶୀତ

ଆସନ୍ତାକାଲିଠୁ ବଢ଼ିବ ଶୀତ

ଭୁବନେଶ୍ବର : ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ଫଳସ୍ବରୂପ ପାହାଡିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ଶୀତ ବଢ଼ିବା ଆଶଙ୍କା ରହିଛି।

ରବିବାର ସକାଳୁ ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିଥିଲା। ନବରଙ୍ଗପୁର, ପୁରୀ ଜିଲାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଥିବାବେଳେ ନୟାଗଡ଼, ଭୁବନେଶ୍ବର, ଖୋର୍ଦ୍ଧା, କଟକ ଆଦି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁଲୁସୁଲିଆ ପବନ ବହୁଥିଲା। ସକାଳେ ଭବାନୀପାଟଣା, କେନ୍ଦୁଝର, କନ୍ଧମାଳ, କୋରାପୁଟ ଏବଂ ଗୋପାଳପୁରରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

ଏସବୁ ଅଞ୍ଚଳକୁ ଛାଡ଼ି ଦେଲେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। କୋରାପୁଟରେ ରାତି ତାପମାତ୍ରା ୧୩.୪ଡିଗ୍ରୀ ଥିବାବେଳେ ରାଉରକେଲା ୧୩.୮, କେନ୍ଦ୍ରାପଡ଼ା ୧୫.୬, ବୌଦ୍ଧ ୧୫.୫, ସୁନ୍ଦରଗଡ଼ ୧୪.୮, ଝାରସୁଗୁଡ଼ା ୧୫.୫, ବାରିପଦା ୧୫.୮, ଭୁବନେଶ୍ବର ୨୧.୬ ଏବଂ କଟକରେ ୧୯.୫ ଡିଗ୍ରୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking