27.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଦିଲ୍ଲୀର ୪୦ ସ୍କୁଲକୁ ବୋମା ଧମକ

ଦିଲ୍ଲୀର ୪୦ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଗୋଟିଏ ଦିନରେ ୪୦ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ । ନୂଆଦିଲ୍ଲୀର ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ହୋଇଛି। ଡିପିଏସ୍ ଆରକେ ପୁରମ୍ ଏବଂ ପଶ୍ଚିମ ବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବା ନେଇ ଧମକ ଦେବା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି। ଘଟଣା ପରେ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲରୁ ଘରକୁ ଫେରାଇ ଦିଆଯାଇଛି। ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳରେ ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ଏବେ ପୁଣିଥରେ ସ୍କୁଲକୁ ବୋମା ଧମକ ଆସିବା ପରେ ଦିଲ୍ଲୀର ସମସ୍ତ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking