15.1 C
Bhubaneswar
Wednesday, December 10, 2025
Homeଅପରାଧବ୍ୟବସାୟୀଙ୍କୁ ଗୁଳିମାଡ଼

ବ୍ୟବସାୟୀଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ସ୍ଥାନୀୟ ଲୋକେ ଖବର ଦେବା ପରେ ଫର୍ଶ ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ହେଉଛନ୍ତି ଜଣେ ବାଣ ବ୍ୟବସାୟୀ । ଶାହଦରା ଡିସିପି ପ୍ରଶାନ୍ତ ଗୌତମ କହିଛନ୍ତି, ୮.୩୬ ମିନିଟ୍‌ରେ ସିପିଆରକୁ ଏକ ଫୋନ୍ କଲ୍ ଆସିଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣେ ବ୍ୟକ୍ତିଙ୍କୁ ଫାୟାରିଂ କରି ଫାରେର୍ ହୋଇଯାଇଛନ୍ତି । ଖବର ପାଇଁ ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାତଃ ଭ୍ରମଣ ପାଇଁ ଆସିଥିବା ସୁନିଲ ଜୈନ ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୨ ଦୁର୍ବୃତ୍ତ ପ୍ରାୟ ୩ରୁ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ । ସେପଟେ ମୃତକଙ୍କୁ ପୂର୍ବରୁ କୌଣସି ପ୍ରକାର ଧମକଚମକ ଆସିନଥିଲା ବୋଲି ପରିବାର ଲୋକ କହିଛନ୍ତି । ଫର୍ଶ ବଜାର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking