19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶରାହୁଲଙ୍କ ସମ୍ଭଲ ଗସ୍ତ ଉପରେ ଲାଗିଲା କଟକଣା

ରାହୁଲଙ୍କ ସମ୍ଭଲ ଗସ୍ତ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭାଲ ସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ବେଳେ ହୋଇଥିବା ହିଂସାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଉଛି । ଆଜି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସମ୍ଭାଲ ଯାଇ ପୀଡ଼ିତଙ୍କ ପରିବାରକୁ ଭେଟିବା ନେଇ ସୂଚନା ରହିଥିଲା , ତେବେ ଜିଲ୍ଲା ପ୍ରଶାସନ ରାହୁଲ ଗାନ୍ଧୀଙ୍କୁ ସମ୍ଭଲ ଆସବାକୁ ଅନୁମତି ପ୍ରଦାନ କରିନାହାନ୍ତି । ରାହୁଲ ଗାନ୍ଧି ସମ୍ଭାଲରେ ଆସିବାର ଖବର ପାଇବା ପରେ ଡିଏମ୍ ରାଜେନ୍ଦ୍ର ପେସିଆ ଗାଜିଆବାଦ ପୋଲିସ କମିଶନର, ଏସପି ଏବଂ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଗାଜିଆବାଦ ଅମରୋହା ଏବଂ ଏହାର ଆଖପାଖ ଅଞ୍ଚଳରେ ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ତଳେ ସମାଜବାଦୀ ପାର୍ଟି ନେତାମାନେ ସମ୍ଭଲ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ବାଟରେ ଅଟକାଇ ଦିଆଯାଇଥିଲା, ଯାହାକୁ ନେଇ ଦଳର ମୁଖ୍ୟ ଅଖିଳେଶ ଯାଦବ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking