16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବାଂଲାଦେଶୀଙ୍କ ଚିକିତ୍ସା କରିବୁନି, ମନା କଲେ ଡାକ୍ତର

ବାଂଲାଦେଶୀଙ୍କ ଚିକିତ୍ସା କରିବୁନି, ମନା କଲେ ଡାକ୍ତର

କୋଲକାତା: କୋଲକାତାର ଉତ୍ତର ଭାଗରେ ଥିବା ମାଣିକତଲାରେ ଅବସ୍ଥିତ ଜେଏନ୍ ରାୟ ହସ୍ପିଟାଲ୍‌ର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଶୁଭ୍ରାଂଶୁ ରାୟ ନାମକ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଶୁଭ୍ରାଂଶୁ କହିଛନ୍ତି, ଦିନକ ପୂର୍ବେ ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ଭାରତୀୟ ପତକା ଅପମାନିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁଭ୍ରାଂଶୁଙ୍କ କହିବାନୁସାରେ ବାଂଲାଦେଶ ସ୍ୱାଧୀନତା ହାସଲ କରିବାରେ ଭାରତର ବଡ଼ ଅବଦାନ ରହିଛି। ଏହା ସତ୍ତ୍ୱେ ସେଠାକାର ଲୋକେ ଭାରତ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ଏହାର ପ୍ରତିବାଦ ସ୍ୱରୂପ ଆମେ ଏପରି ନିଷ୍ପତ୍ତି ନେଇଛୁ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହସିନା ଇସ୍ତଫା ଦେଇ ଭାରତ ଚାଲିଆସିବା ପରେ ବାଂଲାଦେଶରେ ଲଗାତର ହିନ୍ଦୁଙ୍କ ଉପରେ ବଢ଼ି ଚାଲିଛି ଅତ୍ୟାଚାର। ହିନ୍ଦୁ ଏବଂ ଜାତୀୟ ପତକାର ଅସମ୍ମାନ କରାଯାଉଛି। ଏହାରି ଭିତରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଡାକ୍ତରମାନେ ଏପ୍ରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୌଣସି ବି ବାଂଲାଦେଶୀ ନାଗରିକଙ୍କ ଚିକିତ୍ସା ଏଠାରେ କରିବାକୁ ସେମାନେ ମନା କରି ଦେଇଛନ୍ତି। ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ କୌଣସି ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ପାଇଁ ଗ୍ରହଣ କରିବୁ ନାହିଁ। ବାଂଲାଦେଶୀ ଭାରତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। ସୁତରାଂ ବାଂଲାଦେଶରେ ଥିବା ଆମ ହିନ୍ଦୁ ଭାଇଭଉଣୀଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବାକୁ ଯାଇ କୌଣସି ବାଂଲାଦେଶୀ ନାଗରିକଙ୍କୁ ଚିକିତ୍ସା ସେବା ଯୋଗାଇ ନଦେବା ନିଷ୍ପତ୍ତିକୁ କଡାକଡି ଭାବେ ପାଳନ କରିବାକୁ ଶୁଭ୍ରାଂଶୁ ଭକ୍ତ ସହରର ଅନ୍ୟ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ହସ୍ପିଟାଲର ନିଷ୍ପତ୍ତି ଯୋଗୁ ଦୁଇ ଦେଶ ମଧ୍ୟରେ ଥିବା ଜଟିଳତା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏବେ ଅନ୍ୟ ଡାକ୍ତରଖାନାଗୁଡ଼ିକ ଏହି ନିଷ୍ପତ୍ତିକୁ ଅନୁସରଣ କରୁଛନ୍ତି କି ନାହିଁ ଏବଂ ଭବିଷ୍ୟତରେ ଏହାର କି ପ୍ରଭାବ ପଡ଼ିବ ତାହା ଦେଖିବା ବାକି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking