19.1 C
Bhubaneswar
Sunday, February 15, 2026
Homeଅପରାଧବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ

ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ

ବ୍ୟୁରୋ: ବାଂଲାଦେଶରେ ଲଗାତାର ଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣି ଏକ ଅପଡେଟ ସାମ୍ନାକୁ ଆସିଛି। ସେଠାରେ ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ବଡ କାର୍ଯ୍ୟାନୁଷ୍ଠାନ ସ୍ବରୂପ ହିନ୍ଦୁ ସନ୍ଥ ଚିନ୍ମୟ ଦାସ ଏବଂ ଇସ୍କନର ୬ ସଦସ୍ୟଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାଂଲାଦେଶରେ ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି। ବିଏଆଇୟୁ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବାଂଲାଦେଶ ବ୍ୟାଙ୍କର ଫାଇନାନସିୟାଲ ଇଣ୍ଟଲିଜେନ୍ସ ୟୁନିଟ ଦେଶର ବ୍ୟାଙ୍କ ଓ ଆର୍ଥିକ ସଙ୍ଗଠନ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି।ବିଏଫଆୟୁ ପକ୍ଷରୁ ସାରା ଦେଶକୁ ଏନେଇ ଚିଠି କରାଯାଇଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି କି ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସସପେଣ୍ଡ କରାଯାଇଛି ସେମାନଙ୍କର ବ୍ୟବସାୟୀକ ଖାତା ବି ଆବଶ୍ୟକ ପଡିଲେ ସସପେଣ୍ଡ କରାଯିବ। ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି ଚିନ୍ମୟ ଦାସଙ୍କ ସମେତ ଅନ୍ୟମାନେ ୩୦ ଦିନ ପର୍ଯ୍ୟନ୍ତ କୌଣସି ଲେଣଦେଣ କରିପାରିବେ ନାହିଁ। ଏହାବ୍ୟତୀତ ବିଏଫଆଇୟୁ କହିଛି କି ଆବଶ୍ୟକ ପଡିଲେ ଏହି ସମୟକୁ ବି ବୃଦ୍ଧି କରାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking