19.1 C
Bhubaneswar
Sunday, December 21, 2025
Homeଓଡିଶାପାଟପୁର ଥାନାକୁ ଦ୍ୱିତୀୟ ଶ୍ରେଷ୍ଠ ଥାନା ପୁରସ୍କାର

ପାଟପୁର ଥାନାକୁ ଦ୍ୱିତୀୟ ଶ୍ରେଷ୍ଠ ଥାନା ପୁରସ୍କାର

ସାନଖେମୁଣ୍ଡି: ଦେଶର ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ହାସଲ କରିଛି। ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ସର୍ବଭାରତୀୟ ଡିଜିପି ସମ୍ମିଳନୀ-୨୦୨୪ରେ ପାଟପୁର ଥାନାକୁ ଦ୍ୱିତୀୟ ଶ୍ରେଷ୍ଠ ଥାନା ପୁରସ୍କାର ମିଳିଛି। ସମ୍ମିଳନୀରେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦେଶର ଶ୍ରେଷ୍ଠ ତିନୋଟି ଥାନାରୁ ଓଡ଼ିଶାର ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନାକୁ ସାମିଲ କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପାଟପୁର ଥାନା ଆଇଆଇସିଙ୍କ ଅପରାଧ ତଦନ୍ତରେ ଉତ୍କର୍ଷତା, ଅପରାଧୀ ଗତିବିଧି ନିୟନ୍ତ୍ରଣ, ଥାନା ଅଞ୍ଚଳବାସୀଙ୍କ ସହ ସୁସମ୍ପର୍କ, ଆସ୍ଥା ସଚେତନତା, ସ୍ୱଚ୍ଛତା ଇତ୍ୟାଦିକୁ ଆଧାର କରି କେନ୍ଦ୍ରୀୟ ଗୃହ ବିଭାଗ ସର୍ବେକ୍ଷଣ ଅନୁସାରେ ସର୍ବଭାରତୀୟ ସ୍ତରରେ ପାଟପୁର ଥାନା ପୁରସ୍କୃତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ସମଗ୍ର ଦେଶରେ ଥିବା ଥାନାଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ପୁରସ୍କାର ନିମନ୍ତେ ଚୟନ କରାଯାଇଥାଏ। ଅପରାଧ ହାର, ତଦନ୍ତ, ମାମଲାର ସମାଧାନ, ସିସିଟିଏନ୍‌ଏସ୍ ବ୍ୟବହାର, ଏନଫୋର୍ସମେଣ୍ଟ, ପୁନରୁଦ୍ଧାର ସମ୍ପତ୍ତିର ମୂଲ୍ୟ, ଦୋଷୀ ସାବ୍ୟସ୍ତ ହାର, ଦଣ୍ଡବିଧାନ, ଥାନା ଗୁଡିକର ଆନୁସଙ୍ଗିକ ଭିତ୍ତିଭୂମି ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣାତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ଚୟନ କରାଯାଇଥାଏ। ଏହି ସମସ୍ତ ମାନଦଣ୍ଡରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ଉଲ୍ଲେଖନୀୟ ପ୍ରଦର୍ଶନ ରହିଥିଲା। ଏହାକୁ ଭିତ୍ତିକରି ପାଟପୁର ଥାନା ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ପ୍ରଶଂସାପତ୍ର ସହ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ପାଟପୁର ଥାନାର ସମସ୍ତ ସହକର୍ମୀ, କର୍ମଚାରୀଙ୍କୁ ଆଇଆଇସି ସବ୍ୟସାଚୀ ମଲ୍ଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking