ରାୟପୁର: ଛତିଶଗଡରୁ ପୁଣି ଏକ ଲିଭ ଇନ ରିଲେସନର କରୁଣ ଚିତ୍ର ସାମ୍ନାକୁ ଆସିଛି । ରିଲେସନରେ ରହିବା ପରେ ପ୍ରେମିକ ତାର ପ୍ରେମିକକୁ ମାରି ଜଙ୍ଗଲରେ ପୋତି ଦେଲା । ଘଟଣାର ୧୦ ମାସ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ପୋଲିସ ମହିଳାଙ୍କ କଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ କହିବା ଅନୁଯାୟୀ, ୩୫ ବର୍ଷୀୟା ସୀମା ପଣ୍ଡୋ ନିଜ ଗାଁର ଚନ୍ଦ୍ରିକା ପ୍ରସାଦ ରାଜବାଡେ ସହ ଲିଭ ଇନରେ ରହୁଥିଲା । କିଛି ଦିନ ରହିବା ପରେ ହଠାତ୍ ସୀମା ନିଖୋଜ ହୋଇଯାଇଥିଲା । କିଛି ମାସ ପରେ ସୀମାଙ୍କ ପିତା ଝିଅ ସହ କୌଣସି ସମ୍ପର୍କ ସ୍ଥାପନ ନ ହେବାରୁ ଏନେଇ ଖଡଗୱାଂ ପୋଲିସରେ ନିଖୋଜ ଅଭିଯୋଗ କରିଥିଲେ ।
ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ଓ ସୀମା ଲିଭ ଇନରେ ରହୁଥିବା ଜାଣିବାକୁ ପାଇଥିଲା । ପୋଲିସର ସନ୍ଦେହ ଚନ୍ଦ୍ରିକା ଉପରେ ହେବାରୁ ସେ ତାକୁ ନେଇ ପଚରାଉଚରା କରିବାକୁ ଚନ୍ଦ୍ରିକା ପ୍ରଥମେ ତ କିଛି ମାନି ନ ଥିଲା । ପରେ ପୋଲିସର ଚାପ ଆଗରେ ମୁଣ୍ଡ ନୁଆଁଇ ଥିଲା । ଚନ୍ଦ୍ରିକ କହିଥିଲା କି ସେମାନେ ଲିଭ ଇନରେ ରହୁଥିଲେ । କିନ୍ତୁ ସୀମାର ଅନ୍ୟ ବ୍ୟକ୍ତି ସହ ସମ୍ପର୍କ ଗଢିଉଠିଥିବା ସନ୍ଦେହରେ ଚନ୍ଦ୍ରିକା ତାଙ୍କୁ ହତ୍ୟା କରି ଜଙ୍ଗଲରେ ନେଇ ପୋତି ଦେଇଥିଲା । ଘଟଣାର ୧୦ ମାସ ପରେ ପୋଲିସ ସୀମାଙ୍କ ହତ୍ୟା ସମ୍ପର୍କରେ ଜାଣିବା ସହ ତାଙ୍କ ଶବକୁ ପୋତା ଯାଇଥିବା ସ୍ଥାନରୁ ଉଦ୍ଧାର କରିଛି । ଏଥିସହ ପୋଲିସ ଚନ୍ଦ୍ରିକା ବିରୋଧରେ ମାମଲା ଦାୟର କରିଛି । ହେଲେ ଏବେ ଚନ୍ଦ୍ରିକା ଫେରାର ହୋଇଯାଇଛି ।