27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶସୋଫା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲେ ୩ ଶ୍ରମିକ

ସୋଫା କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲେ ୩ ଶ୍ରମିକ

ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡାର ଏକ ସୋଫା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାରଖାନାରେ ନିଆଁ ଲାଗିଯିବାରୁ ତିନି ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ଶ୍ରମିକମାନେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।ମୃତକମାନେ ହେଉଛନ୍ତି ୨୩ ବର୍ଷୀୟ ଗୁଲଫାମ  , ୨୯ ବର୍ଷୀୟ ମଜହର ଆଲାମ  ଏବଂ ୨୪ ବର୍ଷୀୟ ଦିଲଶାଦ  ।ଅଗ୍ନିକାଣ୍ଡ ବାବଦରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିଛି ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିବା ପରେ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ କେଉଁ କାରଣରୁ ସୋଫା ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା କାରଣ ଜଣାପଡ଼ିନାହିଁ। କାରଖାନାରେ ଅନ୍ୟ ଶ୍ରମିକ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking