27.1 C
Bhubaneswar
Wednesday, March 18, 2026
Homeଓଡିଶାବିଧାନସଭାରେ ଲଢ଼େଇ ହେବ : ବିଜେଡି

ବିଧାନସଭାରେ ଲଢ଼େଇ ହେବ : ବିଜେଡି

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ । ଆଜି ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଥିବାବେଳେ ଉଭୟ ଶାସକ ଓ ବିରୋଧୀ ଭିନ୍ନ ଭିନ୍ନ ଭାବେ ବୈଠକ କରି ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି । ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ କରିଛନ୍ତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଗୃହରେ ଲଢ଼େଇ କରିବା ପାଇଁ ବିରୋଧୀ ଦଳ ନେତା ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାରେ ସମସ୍ତ ବିଜେଡି ବିଧାୟକ ଉପସ୍ଥିତ ରହିବେ। ବିଧାନସଭା ପ୍ରସଙ୍ଗର ତାଲିକା କଲେ ରାତି ପାହିଯିବ। ବିଧାନସଭାରେ ଲୋକଙ୍କ ସ୍ୱର ହେବ ବିଜେଡି। ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ୬ମାସରେ କ’ଣ କାମ କରିଛନ୍ତି କି ନାହିଁ କିଭଳି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ସେସବୁ କଥା ବିଧାନସଭାରେ ବିଜେଡି ଉଠାଇବ ।

ଆମ୍ବଟାକୁଆ, ଚୋରି ଡକାୟତି ଭଳି ଘଟଣା କରି ଇତିହାସର ପୁନରାବୃତ୍ତି କରିଛନ୍ତି ସରକାର। ଯାହା ୨୪ବର୍ଷରେ ଘଟିନଥିଲା ତାହା ବିଜେପି ସରକାରରେ ହୋଇଛି। ଶୂନ୍ୟକାଳ, ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେବା ସହ ସରକାର ଯେଉଁ ବିଲ୍ ଆଣିବେ ସେଥିରେ ଦଳ ତା’ର ମତ ରଖିବ। ଓଡ଼ିଶା ବିଧାନସଭା ଇତିହାସରେ ବିଜେଡି ହେଉଛି ସବୁଠୁ ସୁଦୃଢ଼ ବିରୋଧୀ ଦଳ। ଆଗରୁ ଲୋକଙ୍କ ପାଇଁ ଯେମିତି କାମ କରାଯାଉଥିଲା ସେମିତି ଆଗକୁ ମଧ୍ୟ କରାଯିବ। ରାଜ୍ୟରେ ସରକାର ନାହିଁ ବୋଲି ସାଧାରଣ ଲୋକେ ଅନୁଭବ କରୁଛନ୍ତି। ଜୁନରୁ ଅକ୍ଟୋବର ଭିତରେ ୧୨୫୬ଜଣ ମହିଳା ଶୋଷଣ ହୋଇଛନ୍ତି। ଲୋକେ ରାସନ ବିକ୍ରି କରୁଛନ୍ତି ବୋଲି ବିଜେପି ମନ୍ତ୍ରୀମାନେ ସ୍ୱୀକାର କରଉଛନ୍ତି। ବାତ୍ୟା ଦାନାବେଳେ ବିଜେପି କର୍ମୀଙ୍କୁ ୪ଟା ବିସ୍କୁଟ ଓ ବିଜେଡି କର୍ମୀଙ୍କୁ ଗୋଟିଏ ବିସ୍କୁଟ ଦିଆଗଲା। ବିଧାନସଭା ଆରମ୍ଭ ହେଉ ଲଢ଼େଇ ଦେଖିବେ ବୋଲି ବିଜେଡି କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking