28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମାୟାବତୀଙ୍କ ବଡ଼ ଘୋଷଣା; ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍‌ପି

ମାୟାବତୀଙ୍କ ବଡ଼ ଘୋଷଣା; ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍‌ପି

ଲକ୍ଷ୍ନୌ: ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଗୋଟିଏ ବି ଆସନରେ ଜିତିପାରି ନାହିଁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି)। ୯ଟି ଆସନ ମଧ୍ୟରୁ ଏକାକୀ ବିଜେପି ୬ଟି ଆସନ ଜିତିଛି। ଏହାବ୍ୟତୀତ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସ୍‌ପି) ୨ଟି ଆସନରେ ଏବଂ ବାକି ଗୋଟିଏ ଆସନରେ ଆର୍‌ଏଲ୍‌ଡି ବିଜୟୀ ହୋଇଛି। ତେବେ ଉପନିର୍ବାଚନରେ ଏପ୍ରକାର ଦଳଗତ ପ୍ରଦର୍ଶନକୁ ନେଇ ମାୟାବତୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫଳରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ। ମାୟାବତୀ କହିଛନ୍ତି, ଆଗାମୀ ଦିନରେ ଆଉ କୌଣସି ଉପନିର୍ବାଚନରେ ତାଙ୍କ ଦଳ ବିଏସ୍‌ପି ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଶନିବାର ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ଦିନକ ପରେ ଅର୍ଥାତ୍ ରବିବାର ବିଏସ୍‌ପି ମୁଖ୍ୟ ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଦଳ ଆଉ ଉପନିର୍ବାଚନ ଲଢ଼ିବନି ବୋଲି ଘୋଷଣା କରିବା ସହ ଉପନିର୍ବାଚନରେ ନକଲି ଭୋଟ୍ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି।

ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଗତକାଲି ଆସିଛି। ଏହା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ଚାଲିଛି। ଦେଶରେ ପ୍ରଥମେ ବାଲାଟା ପେପର ଜରିଆରେ ନିର୍ବାଚନ ଜିତିବା ପାଇଁ କ୍ଷମତାର ଅପବ୍ୟବହାର କରି ନକଲି ଭୋଟ୍ ଦିଆଯାଉଥିଲା। ବର୍ତ୍ତମାନ ଇଭିଏମ୍ ଜରିଆରେ ମଧ୍ୟ ସମାନ କାମ କରାଯାଉଛି। ଯାହା ଗଣତନ୍ତ୍ର ପାଇଁ ବେଶ୍ ଦୁଃଖ ଏବଂ ଚିନ୍ତାର ବିଷୟ। ଦେଶରେ ଲୋକସଭା ଓ ରାଜ୍ୟରେ ବିଧାନସଭା ନିର୍ବାଚନ ସହ ଉପ-ନିର୍ବାଚନରେ ଏହି ନକଲି ଭୋଟ୍ ଦେବା କାମ ଏବେ ଖୋଲାଖୋଲି ଭାବେ କରାଯାଉଛି। ନିକଟରେ ଉତ୍ତରପ୍ରଦେଶର ଉପ-ନିର୍ବାଚନରେ ଆମେ ଏସବୁ ଦେଖିଛୁ। ଏହା ଆମ ଦେଶ ଏବଂ ଗଣତନ୍ତ୍ର ପାଇଁ ଏକ ବଡ଼ ସତର୍କ ଘଣ୍ଟି। ମାୟାବତୀ କହିଛନ୍ତି, ଆମ ଦଳ ନିଷ୍ପତ୍ତି ନେଇଛି ଯେ ଦେଶରେ ନକଲି ଭୋଟ୍ ଦେବା ବନ୍ଦ ହେବା ଉଚିତ୍‌। ଏହାକୁ ରୋକିବା ପାଇଁ ଦେଶର ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ ନିଅନ୍ତୁ। ଯଦି ଏଭଳି ନହୁଏ ଏଭଳି ପରିସ୍ଥିତିରେ ଆମ ଦଳ ବର୍ତ୍ତମାନ ଆଉ କୌଣସି ଉପ-ନିର୍ବାଚନ ଲଢ଼ିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking