ଭୁବନେଶ୍ୱର: ରାଜ୍ୟରେ ସୁଭଦ୍ରା ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ । ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ବଣ୍ଟନ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାମିଲ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ ମହାଜନ ମଞ୍ଚାସୀନ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ ମହାଜନ ମଞ୍ଚାସୀନ ଅଛନ୍ତି। କାର୍ଯ୍ୟକ୍ରମରେ ବିଳମ୍ବ ଘଟିଥିବା ହେତୁ କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ କ୍ଷମା ପ୍ରାର୍ଥନା କରିଥିଲେ। ମୁଖ୍ୟମନ୍ତ୍ରୀ ମାଝୀ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇବା ସମୟ ନିର୍ଘଣ୍ଟ ଆସିଥିଲା। ସେଠାରୁ ସଡ଼କ ପଥରେ ଆସି ୧୧ଟା ୩୦ରେ ସୁନ୍ଦରଗଡ଼ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତ ମୁଖ୍ୟମନ୍ତ୍ରୀ ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ସମାବେଶରେ ଯୋଗ ଦେବାକୁ ସକାଳୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ମହିଳା ଆସିଥିଲେ। ସଂସ୍କୃତି ଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସଡ଼କ ପଥରେ ଝାରସୁଗୁଡ଼ା ଯାଇ ସେଠାରୁ ବିମାନରେ ଭୁବନେଶ୍ବର ଫେରିଯିବେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରୁ ସଡ଼କ ପଥରେ ଆସି ଉପମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୪ ଘଣ୍ଟା ସୁନ୍ଦରଗଡ଼ରେ ରହିବା ସହ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପେକ୍ଷୀରେ ଆଜି ସୁଭଦ୍ରା ଟଙ୍କା ପାଇଛନ୍ତି ମହିଳା ମାନେ ।