23.1 C
Bhubaneswar
Sunday, February 8, 2026
Homeଖେଳଟେଷ୍ଟ୍ ଛକାରେ ଯଶସ୍ୱୀଙ୍କ ମହାରେକର୍ଡ

ଟେଷ୍ଟ୍ ଛକାରେ ଯଶସ୍ୱୀଙ୍କ ମହାରେକର୍ଡ

ନୂଆଦିଲ୍ଲୀ: ଭାରତର ଯୁବ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ ଟେଷ୍ଟ୍ କ୍ରିକେଟ୍‌ରେ ନିଜ ପ୍ରଦର୍ଶନ ଜାରି ରଖି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ହାସଲକାରୀ ବ୍ୟାଟର୍ ହୋଇଛନ୍ତି। ୨୨ ବର୍ଷୀୟ ଏହି ବ୍ୟାଟର୍ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ର ଦ୍ୱିତୀୟ ଦିନ ଏହି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ପ୍ରଥମ ଇନିଂସ୍‌ରେ ଶୂନ୍ୟରେ ଆଉଟ୍ ହେବାପରେ ସେ ଦ୍ୱିତୀୟ ଇନିଂସ୍‌ରେ ସାତ ଚୌକା ଓ ଦୁଇ ଛକା ସହାୟତାରେ ଅପରାଜିତ ୯୦ ରନ୍‌ର ଇନିଂସ୍ ଖେଳିଛନ୍ତି। ଏହି ଦୁଇଟି ଛକା ବଳରେ ୧୨ ଟେଷ୍ଟ୍‌ରେ ଯଶସ୍ୱୀଙ୍କ ଛକା ସଂଖ୍ୟା ୩୪ ହୋଇଛି। ନାଥନ୍ ଲିଓନ୍‌ଙ୍କ ଏକ ଫ୍ଲାଇଟେଡ୍ ବଲ୍‌କୁ ଲଙ୍ଗ୍ ଅନ୍‌ରେ ବାଉଣ୍ଡାରୀ ବାହାରକୁ ପଠାଇ ଯଶସ୍ୱୀ ଏହି ଉପଲବ୍ଧି ହାସଲ କରିବା ସହିତ ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପ୍‌ଟେନ୍ ବ୍ରେଣ୍ଡନ୍ ମ୍ୟାକ୍‌କୁଲମ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ମ୍ୟାକ୍‌କୁଲମ୍ ୨୦୧୪ରେ ଟେଷ୍ଟ୍ ମ୍ୟାଚ୍‌ରେ ମୋଟ ୩୩ ଛକା ହାସଲ କରିଥିଲେ। ଏହି ତାଲିକାରେ ବେନ୍ ଷ୍ଟୋକ୍ସ (୨୬), ଆଦାମ୍ ଗିଲ୍‌କ୍ରିଷ୍ଟ (୨୨) ଓ ବୀରେନ୍ଦ୍ର ସେହ୍ୱାଗ (୨୨) ଯଶସ୍ୱୀଙ୍କ ବହୁ ପଛରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking