28.1 C
Bhubaneswar
Tuesday, February 3, 2026
Homeଓଡିଶା୨୨ରୁ ଆରମ୍ଭ ଓଡ଼ିଶା ପର୍ବ

୨୨ରୁ ଆରମ୍ଭ ଓଡ଼ିଶା ପର୍ବ

ଭୁବନେଶ୍ୱର: ଦିଲ୍ଲୀ ଦରବାରରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ। ଓଡ଼ିଶାର ଲୋକକଳା ଓ ଲୋକନୃତ୍ୟର ଦୁଲୁକିବ ମଞ୍ଚ। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ସୁସ୍ୱାଦୁ ବ୍ୟଞ୍ଜନର ମହକରେ ମହକିବ ରାଷ୍ଟ୍ରୀୟ ରାଜଧାନୀ। ୨୨ ରୁ ୨୪ ତାରିଖ, ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ପର୍ବ। ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ଏହି ୩ ଦିନିଆ ମହୋତ୍ସବ, ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଦିଲ୍ଲୀ ଦରବାରରେ ପ୍ରଦର୍ଶନ ସହ ଓଡ଼ିଆ ଅସ୍ମିତାର ବିଜୟ ପତାକା ଉତ୍ତୋଳନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବେ। ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେବେ। ୨୪ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ପର୍ବକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଛି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦିଲ୍ଲୀ ଦରବାରରେ ପ୍ରଦର୍ଶନ କରି ଓଡ଼ିଆ ଅସ୍ମିତାକୁ ବିଶ୍ୱସ୍ତରେର ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା। ଓଡ଼ିଶା ପର୍ବର ୪୫ଟି ଖାଦ୍ୟ ଷ୍ଟଲ୍‌ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପାରମ୍ପରିକ ପିଠା-ମିଠା ବ୍ୟତୀତ ଦହିବରା-ଆଳୁଦମ୍‌, ମୁଢ଼ି-ମାଂସ, ଆମିଷ ଓ ନିରାମିଷ ଥାଳିର ମଜା ନେଇପାରିବେ ଦିଲ୍ଲୀବାସୀ। ସେହିପରି ୨୫ଟି ହସ୍ତତନ୍ତ, ହସ୍ତକଳାର ଷ୍ଟଲ୍‌ରେ ଓଡ଼ିଶାର ବୁଣାକାରଙ୍କ କଳାକୃତିର ପ୍ରଦର୍ଶନ ଦେଖିବାକୁ ମିଳିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking