16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ; ସୁପ୍ରିମକୋର୍ଟରେ ଏଣିକି ଅନଲାଇନ୍ ମୋଡ୍‌ରେ ଚାଳିବ ଶୁଣାଣି ପ୍ରକ୍ରିୟା

ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ; ସୁପ୍ରିମକୋର୍ଟରେ ଏଣିକି ଅନଲାଇନ୍ ମୋଡ୍‌ରେ ଚାଳିବ ଶୁଣାଣି ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣଜନିତ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି। ମଙ୍ଗଳବାର ଗୋଟିଏ ପଟେ ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଥିବା ବେଳେ ଅନ୍ୟପକ୍ଷେ ଦିଲ୍ଲୀର ଅନେକ ସ୍ଥାନରେ ୫୦୦ ଅତିକ୍ରମ କରିଛି ଏକ୍ୟୁଆଇ। ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମରେ ଅନ୍‌ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍‌ୟୁରେ ମଧ୍ୟ ଅନଲାଇନ୍ କ୍ଲାସ କରାଯିବ। ଦିଲ୍ଲୀର ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ଯ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି ପ୍ରଦୂଷଣକାରୀ ଗାଡ଼ି ଓ କାର୍ଯ୍ୟକଳାପ ଉପରେ କଡ଼ା କଟକଣା ଜାରି କରାଯାଇଛି। ସହରରେ ଘନ କୁହୁଡ଼ି ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି।
ଏସବୁ ମଧ୍ୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖାଯାଇଛି। କ୍ଷମତାସୀନ ଆମ୍ ଆଦ୍‌ମୀ ସରକାରରେ ଥିବା ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏକ ଚିଠି ଲେଖି ଦିଲ୍ଲୀରେ ପ୍ରଦୂଷଣଜନିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ରାଜଧାନୀରେ କୃତ୍ରିମ ବର୍ଷା କରାଯିବା ଉଚିତ୍ ବୋଲି ଦର୍ଶାଇଛନ୍ତି। ଏଦିଗରେ ବିଚାର କରିବାକୁ ସେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଦିଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ୍ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଗୋପାଳ ରାୟ, କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗୋପାଳ ରାୟଙ୍କ କହିବାନୁସାରେ ସେ ଇତି ମଧ୍ୟରେ ଶ୍ରୀ ଯାଦବଙ୍କୁ ୪ଥର ଚିଠି ଲେଖି କୃତ୍ରିମ ବର୍ଷା ଉପରେ ବିଚାର କରିବାକୁ ଅନୁରୋଧ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ କୌଣସି ତତ୍ପରତା ଦେଖିôବାକୁ ମିଳିନାହିଁ। ଯଦି କେନ୍ଦ୍ର ସରକାର ଏଦିଗରେ କାର୍ଯ୍ୟ କରିପାରୁନାହାଁନ୍ତି ତେବେ ସେମାନଙ୍କ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଗୋପାଳ ରାୟ କହିଛନ୍ତି।
ସୂଚନାଯୋଗ୍ୟ ଆଜି ଦିଲ୍ଲୀ ପ୍ରଦୂଷଣ ମାମଲା ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ପରିସ୍ଥିତି ନ ସୁଧୁରିବା ଯାଏ ଅନଲାଇନ୍ ମୋଡ୍‌ରେ କୋର୍ଟ କାର୍ଯ୍ୟ ଏପରିକି ଶୁଣାଣି କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ପ୍ରକ୍ରିୟା ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ମାମଲା ପକ୍ଷଭୁକ୍ତ ହିତାଧିକାରୀଙ୍କୁ ଖଣ୍ଡପୀଠ ଅନୁମତି ଦେଇଛନ୍ତି। ଏଥିସହ ସାଧାରଣ ଲୋକଙ୍କୁ ଏକ ପ୍ରଦୂଷଣ ମୁକ୍ତ ପରିବେଶ ଦେବା ସରକାରଙ୍କ ନୈତିକ ମୂଲ୍ୟବୋଧ ଯୁକ୍ତ ଦାୟିତ୍ୱ ବୋଲି ଖଣ୍ଡପୀଠ କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking