17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ମୈଦାନରେ ୪,୧୩୬ ପ୍ରାର୍ଥୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; ମୈଦାନରେ ୪,୧୩୬ ପ୍ରାର୍ଥୀ

ମୁମ୍ବାଇ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ। ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ଟି ବୁଥରେ ମତସାବ୍ୟସ୍ତ କରିବେ ଭୋଟର। ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି।

ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ମହାରାଷ୍ଟ୍ରରେ ଦୁଇ ମେଣ୍ଟ – ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, ବିଜେପି ଏବଂ ଏନ୍ସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ। ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି- ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି। ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା। ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ। ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking