27.1 C
Bhubaneswar
Tuesday, September 15, 2026
Homeଓଡିଶାଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଯୋଗାଣ ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ଵର: ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି। ସୁରେଶଙ୍କ ପୈତୃକ ଘର, ଭଡା ଘର ଏବଂ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଜାରି ରହିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାନଭିନ୍ କରାଯାଉଛି। ତେବେ ଗତ କିଛି ଦିନ ହେବ ଭିଜିଲାନ୍ସ ବିଭାଗ ଗୋଟିକ ପରେ ଗୋଟିଏ ସରକାରୀ ବାବୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ ଥିଲେ, ସେମାନଙ୍କ ଘରେ ରେଡ୍ କରୁଥିବା ଦେଖିବାକୁ ମିଳିଛି। ତେବେ ଆଜି ଏହି ପରିପ୍ରେକ୍ଷୀ​‌ରେ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ସମ୍ପତ୍ତି ସମ୍ପର୍କରେ କୌଣସି ସୂଚନା ମିଳିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking