23.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଭ୍ୟାନକୁ ଧକ୍କା ଦେଲା ଟ୍ରକ: ୬ ମୃତ

ଭ୍ୟାନକୁ ଧକ୍କା ଦେଲା ଟ୍ରକ: ୬ ମୃତ

ଗୁଜୁରାଟ: ଗୁଜୁରାଟର ଭାରୁଚ ଜିଲ୍ଲାର ଏକ ଘରୋଇ ଭ୍ୟାନକୁ ଟ୍ରକ ଧକ୍କା ଦେଇଛି , ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ମାଗନାଡ ଗ୍ରାମ ନିକଟ ଜମ୍ବୁସର-ଆମୋଡ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବେଦ ଗାଁର ୧୦ ଜଣ ଲୋକ ଶୁକ୍ଲାଟିଥ ଆଡକୁ ଯାଉଥିଲେ ବୋଲି ଜାମ୍ବୁସର ପୋଲିସ ଷ୍ଟେସନ ଇନ୍ସପେକ୍ଟର ଏଭି ପାନାମିଆ କହିଛନ୍ତି। ଯାତ୍ରୀବାହୀ ଭ୍ୟାନ୍ ଏକ ଟ୍ରକରେ ଧକ୍କା ଦେଇଥିଲା ଯାହା ମାଗନାଡ ଗ୍ରାମ ନିକଟ ରାସ୍ତାର ବାମ ପାର୍ଶ୍ୱରେ ଅଟକି ରହିଥିଲା। ମୁହାଁମୁହିଁ ଧକ୍କା ହେବା ପରେ ଜଣ ଯାତ୍ରୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜାମ୍ବୁସର ଏକ ଡାକ୍ତରଖାନାକୁ ପଠାଯାଇଛି ବୋଲି ପାନାମିଆ କହିଛନ୍ତି। ସୂଚନା ମୁତାବକ ସମସ୍ତ ଆହତ ଓ ଗୁରୁତର ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କୁ ପୋଷ୍ଟ ମୋଟରମ ପାଇଁ ପଠା ଯାଇଛି, ହେଲେ ଡ୍ରାଇଭର ଜଣଙ୍କ ଘଟଣା ସ୍ତଲରୁ ଫେରାର ଥିବାବେଳେ ଏ ଯାଏଁ ମୃତକଙ୍କ ପରିଚୟ ମିଳିପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking