ଭୁବନେଶ୍ୱର: ରାଜଧାନୀରେ କ୍ୟାବ ଡ୍ରାଇଭରଙ୍କ ଆନ୍ଦୋଳନରେ ହିଂସା କାଣ୍ଡକୁ ନେଇ ତେଜିଲା ରାଜନୀତି । ଘଟଣା ପଛରେ ବିଜେଡିର ହାତ ଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ । ଆନ୍ଦୋଳନ ନାଁରେ ହିଂସା ଘଟାଇ ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀ ଶକ୍ତି କାମ କରୁଥିବା ସେ ଅଭିଯୋଗ କରୁଛନ୍ତି । ତେବେ ବିଜେପିର ଏହି ଅଭିଯୋଗକୁ ନେଇ ବିଜେଡି ଓ କଂଗ୍ରେସ କରି ଛନ୍ତି ପାଲଟା ଆକ୍ରମଣ । ବିଜେଡି କହିଛି ଚାଲି ନ ଜାଣି ବାଟର ଦୋଷ ଦିଆଯାଉଛି । ଗୁଇନ୍ଦା ବିଭାଗ ଫେଲ ମାରିଲା କେମିତି ବୋଲି ପ୍ରଶ୍ନ କରିଛି ଦଳ । ଏପଟେ କଂଗ୍ରେସ କହିଛି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ନକରି ସରକାର ପରିସ୍ଥିତିକୁ ବିଗାଡିଲେ ଏବେ ବିରୋଧୀଙ୍କୁ ଦୋଷ ଦେଉଛନ୍ତି ।










