34.1 C
Bhubaneswar
Thursday, August 20, 2026
Homeଓଡିଶା ଗାଁରେ ମିଳିବ ସହରୀ ସୁବିଧା

 ଗାଁରେ ମିଳିବ ସହରୀ ସୁବିଧା

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା । ପଞ୍ଚାୟତକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ । ଏନେଇ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତରେ କେଉଁ ପ୍ରକଳ୍ପର ଆବଶ୍ୟକତା ରହିଛି, ତାହା ଗ୍ରାମସଭା ମାଧ୍ୟମରେ ନିର୍ଦ୍ଧାରଣ କରାଯିବ । ଲୋକଙ୍କ ଆବଶ୍ୟକତା ଓ ପ୍ରସ୍ତାବ ଆଧାରରେ ବିଭିନ୍ନ ବିକାଶମୂଳକ କାମ ପଞ୍ଚାୟତିରାଜ ବିଭାଗ ହାତକୁ ନେବ । ଏହା ମାଧ୍ୟମରେ ଗାଁରେ ମନୋରଞ୍ଜନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ ଓ ସାର୍ବଜନୀନ ସୁବିଧାକୁ ଆହୁରି ସୁଦୃଢ଼ କରାଯିବ । ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ପାଇଁ ସରକାର  ପର୍ଯ୍ୟନ୍ତ ଖର୍ଚ୍ଚ କରିବେ । ଖେଳ ପଡ଼ିଆ ସହ ଯୁବକମାନଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା ମଧ୍ୟ ରହିବ । ଏହା ଗ୍ରାମାଞ୍ଚଳର ଯୁବପିଢ଼ି ପାଇଁ ଏକ ବଡ଼ ସୁବିଧା ହେବ ।ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ପ୍ରାୟ ୭୦.୩୨ ଫୁଟ୍‌ ଅଞ୍ଚଳରେ ଏହା ନିର୍ମାଣ ହେବ ।ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଆଦର୍ଶ ପାଠାଗାର ନିର୍ମାଣ କରାଯିବ। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହାବ୍ୟତୀତ ପ୍ରତିବର୍ଷ ପ୍ରତି ଗାଁରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନେଇ ମଧ୍ୟ ଯୋଜନା ରହିଛି । ଗ୍ରାମସଭାର ପ୍ରସ୍ତାବ ଆଧାରରେ ଏହି ସବୁ ପ୍ରକଳ୍ପକୁ ଆଗକୁ ନିଆଯିବ । ମୋଟାମୋଟି ଭାବେ, ଗାଁରେ ସହରୀ ସୁବିଧା ଯୋଗାଇ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ନୂଆ ରୂପ ଦେବା ଉପରେ ଫୋକସ୍‌ କରିଛି ପଞ୍ଚାୟତିରାଜ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking