ନୂଆଦିଲ୍ଲୀ: ବନ୍ଦେ ମାତରମକୁ ନେଇ କଂଗ୍ରେସ ସିଡବ୍ଲ୍ୟୁସି ନିଷ୍ପତ୍ତି ଉପରେ ବର୍ଷିଲେ ଶାହ । ୧୯୩୭ର ପ୍ରସ୍ତାବ ଅନୁସାରେ କଂଗ୍ରେସ କେବଳ ଦୁଇଟି ଷ୍ଟାଞ୍ଜା ଗାନ କରିବ କହିଛି । ୧୯୩୭ରେ ମୁସଲମାନଙ୍କ ତୁଷ୍ଟୀକରଣ ପାଇଁ ବନ୍ଦେମାତରମକୁ ବିଭାଜିତ କରିଥିଲା । ସେତେବେଳେ କଂଗ୍ରେସ ଦେଶ ବିଭାଜନର ମୂଳଦୂଆ ପକାଇଥିଲା । ମୋଦି ସରକାର କଂଗ୍ରେସର ଏହି ଭୁଲକୁ ସୁଧାରି ଜାତୀୟ ଏକତାକୁ ମଜଭୁତ କରିଛି । ସେମାନେ କେବଳ ବଙ୍କିମ ବାବୁଙ୍କ ଏହି ରଚନାକୁ ଅପମାନିତ କରିନାହାନ୍ତି । ବରଂ ଦେଶର ସ୍ୱାଧୀନତା ପାଇଁ ପ୍ରାଣ ଦେଇଥିବା ଲୋକଙ୍କୁ ଅପମାନିତ କରିଛନ୍ତି । ଆଜି କଂଗ୍ରେସ ଦଳ ନିଜର ୧୯୩୭ ର ପ୍ରସ୍ତାବକୁ କାର୍ଯ୍ୟକାରୀ କରୁଛି । କିନ୍ତୁ ସଂସଦ ଦ୍ୱାରା ପ୍ରଣୀତ ଏକ ଆଇନ ଆଇନକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି କହିଛନ୍ତି ଶାହ । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ପୁନର୍ବାର ତୋଷଣ ରାଜନୀତିକୁ ଆଗକୁ ବଢାଉଛି । ଦେଶ ଥରେ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭାଜିତ କରି ଭୁଲ କରିଛି । ପୂର୍ବରୁ ହୋଇଥିବା ଭୁଲର ପରିଣାମ ଆମେ ଏବେ ଭୋଗ କରୁଛୁ । ଏବେ ଦେଶ କଂଗ୍ରେସର ଏହି ନିଷ୍ପତ୍ତି ବିରୁଦ୍ଧରେ ଏକତ୍ର ହେବ ଦରକାର । ସେମାନଙ୍କର ଏହି ତୁଷ୍ଟୀକରଣ ରାଜନୀତି ଆଉ କାମ କରିବ ନାହିଁ । ବିଜେପି କଂଗ୍ରେସର ଏହି ନିଷ୍ପତ୍ତିକୁ ନିନ୍ଦା କରୁଛି ବୋଲି କହିଛନ୍ତି, ଅମିତ ଶାହ ।









