24.1 C
Bhubaneswar
Saturday, March 28, 2026
Homeଓଡିଶାପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ

ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗ ପରେ ବିଜୁ ଜନତା ଦଳ ତରଫରୁ ଶୋକ ବ୍ୟକ୍ତ କରାଯାଇଛି। ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଦିବଙ୍ଗତ ନେତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଲୋକସେବା ଓ ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ନବୀନ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଅପରାହ୍ନରେ ସମୀରଙ୍କ ବାସଭଵନ ଯାଇ ତାଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ପତ୍ନୀ ଓ ପରିବାରବର୍ଗଙ୍କୁ ଭେଟି ସମବେଦନା ଜ୍ଞାପନ କରିଥଲେ। ଶ୍ରୀ ମିଶ୍ର ଏକ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, ସମୀର ଦେ ତାଙ୍କ ସାନ ଭାଇ ଭଳି ଥିଲେ। ଛାତ୍ର ଜୀବନଠୁ ଆରମ୍ଭ କରି ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ହେବା ବେଳେ ତାଙ୍କ ସହ ନିବିଡତା ଥିଲା। କଟକ ସହରର ସାମାଜିକ, ସାଂସ୍କୃତିକ, କ୍ରୀଡା ଓ ଜନ ଜୀବନର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ସାଙ୍ଗଠନିକ ଦକ୍ଷତାର ଚି଼ହ୍ନ ସେ ଛାଡି ଯାଇଛନ୍ତି। ତାଙ୍କ ଭଳି ଜଣେ ସହଯୋଗୀଙ୍କୁ ହରାଇ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କର ଆତ୍ମାର ସତଗତି କାମନା କରୁଛି ବୋଲି ଶ୍ରୀ ମିଶ୍ର ତାଙ୍କ ବାର୍ତ୍ତାରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking